Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ ପେଡି ଖୋଲିଲେ ଅର୍ଥମନ୍ତ୍ରୀ: ୨୫ ପ୍ରକାର କାମ ପାଇଁ ମିଳିବ ମଜୁରୀ, ଗରିବ କଲ୍ୟାଣ ଅଭିଯାନରେ ଖର୍ଚ୍ଚ ହେବ ୫୦ ହଜାର କୋଟି

18/06/2020 at 5:16 PM

ନୂଆଦିଲ୍ଲୀ, ୧୮|୦୬:  କରୋନା ସଙ୍କଟ ମଧ୍ୟରେ ହଜାର ହଜାର ପ୍ରବାସୀ ଶ୍ରମିକ ନିଜ ଘରକୁ ପଳାଇ ଆସିଛନ୍ତି । ଏପରିକି ସେମାନେ ରୋଜଗାର ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାର ନାମ ହେଉଛି ଗରିବ କଲ୍ୟାଣ ରୋଜଗାର ଅଭିଯାନ । ଏହାକୁ ଜୁନ ୨୦ ତାରିଖରେ ଲଞ୍ଚ୍ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନା ଦେଶର ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟରୁ ଫେରିଯାଇଥିବା ଶ୍ରମିକଙ୍କୁ ଏହି ଯୋଜନାରେ ସୁଫଳ ମିଳିବ । ଏହାକୁ ଦେଶର ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ ଆରମ୍ଭ କରାଯିବ । ଏହି ଯୋଜନାର ଶୁଭାରମ୍ଭରେ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂ ଯୋଗେ ଉପସ୍ଥିତ ରହିବେ ।

୫୦ ହଜାର କୋଟି ଟଙ୍କାର ଏହି ଯୋଜନାରେ ଶ୍ରମିକଙ୍କୁ ୨୫ ପ୍ରକାରର କାମ ଦିଆଯିବ ।ବିହାର, ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଓ ଓଡିଶାକୁ ଏହି ଯୋଜନାରେ ଫାଇଦା ମିଳିବ । ପ୍ରତି ଜିଲ୍ଲାର ୨୫ ହଜାର ପ୍ରବାସୀ ଶ୍ରମିକ ଏଥିରେ ଉପକୃତ ହେବେ । ଶ୍ରମିକଙ୍କ ସ୍କିଲ୍ ମ୍ୟାପିଂ ମଧ୍ୟ ହେବ ବୋଲି ସରକାର କହିଛନ୍ତି ।

ଏହା ପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୧ଟି କୋଇଲା ଖଣିର ନିଲାମ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ଏହି ପ୍ରକ୍ରିୟା କରୋନା ପାଇଁ ମନ୍ଥର ହୋଇଯାଇଥିବା ଦେଶର ଅର୍ଥନୀତିକୁ ଗତିଶୀଳ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  

   Related Posts