Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠୁ ବ୍ୟାଙ୍କ ଖାତା ପାଇଁ ଲାଗୁ ହେଲା ଏହି ନିୟମ

ଆଜିଠୁ ବ୍ୟାଙ୍କ ସେବା କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେବ। ମାର୍ଚ୍ଚ ମାସ ୧ ତାରିଖରୁ ବ୍ୟାଙ୍କ ଖାତା ପାଇଁ ଆୟକର ବିଭାଗ ନୂଆ ନିୟମ ଲାଗୁ କରିଛି। ଆୟକର ବିଭାଗର ଇ-ରିଫଣ୍ଡସ ବା ଇ-ଫେରସ୍ତ ବ୍ୟବସ୍ଥା ଆରମ୍ଭ ହେବା ସହ ବ୍ୟାଙ୍କ ଖାତାକୁ ପ୍ୟାନ କାର୍ଡ ସହ ସଂଯୁକ୍ତ କରାଯାଉଛି। ଆୟକର ବିଭାଗ ଇ ମୋଡରେ ଟଙ୍କା ଫେରସ୍ତ କରିବ। ଟିକସ ଫେରସ୍ତ ପାଇବା ପାଇଁ ଟିକସଦାତା ନିଜ ବ୍ୟାଙ୍କ ଆକାଉଣ୍ଟକୁ ପାନକାର୍ଡ ସହ ଯୋଡିବାକୁ ପଡିବ। ବ୍ୟାଙ୍କ ଆକାଉଣ୍ଟ ପାନ କାର୍ଡ ସହ ଯୋଡା ନହେଲେ ଟଙ୍କା ଫେରସ୍ତ ପାଇଁ ନିଜ ବ୍ୟାଙ୍କ ଶାଖାକୁ ସୂଚନା ଦେବାକୁ ହେବ।
ମାର୍ଚ୍ଚ ମାସରେ ଇଲେକ୍ଟୋରାଲ ବଣ୍ଡ ବିକ୍ରି ଆରମ୍ଭ ହେବ। ଏହି ବଣ୍ଡ ବିକ୍ରି ଏସବିଆଇ ଶାଖାରେ ହେବ। ଏସବିଆଇ ବ୍ୟାଙ୍କର ବିଭିନ୍ନ ଶାଖାକୁ ଏହି ବଣ୍ଡ ବିକ୍ରୀ ପାଇଁ ଅଧିକୃତ କରାଯାଇଛି। ନୂଆ ଦିଲ୍ଲୀ, ଗାନ୍ଧିନଗର, ପାଟଣା, ଚଣ୍ଡିଗଡ, ବେଙ୍ଗଲୁରୁ, ଭୋପାଲ, ମୁମ୍ୱାଇ, ଜୟପୁର, ଲକ୍ଷ୍ନୌ, ଚେନ୍ନାଇ, କୋଲକାତା ଓ ଗୁହ୍ୱାଟୀ ଆଦି ଶାଖାରେ ଏହି ନିୟମ ଲାଗୁ ହେବ।
ଏଲଆଇସିକୁ ମଧ୍ୟ ଆଜିଠାରୁ ସମ୍ପୂର୍ଣ୍ଣ ଡିଜିଟାଲ କରାଯାଇଛି। ଏଲଆଇସି ସଂପର୍କିତ ସବୁ ସୂଚନା ଓଟମେଟେଡ ଏସଏମଏସ ଦ୍ୱାରା ଦିଆଯିବ। ଏମିତି କିଛି ମେସେଜ ଯଦି ଫୋନକୁ ଯାଏ ତେବେ ଜାଣନ୍ତୁ ଯେ ଆପଣଙ୍କ ନମ୍ୱର ଏଲଆଇସିରେ ପଞ୍ଜିକୃତ ହୋଇଛି। ଯଦି କୌଣସି ମେସେଜ ନଯାଏ ତାହେଲେ ଜାଣନ୍ତୁ ଯେ ଆପଣଙ୍କ ନମ୍ୱର ପଞ୍ଜିକୃତ ନାହିଁ। ତେଣୁ ଖୁବ୍‌ ଶୀଘ୍ର ଏଲଆଇସିରେ ନିଜ ମୋବାଇଲ ନମ୍ୱର ପଞ୍ଜିକୃତ କରାନ୍ତୁ।

 

335 Views

   ସମ୍ବନ୍ଧିତ ଖବର