ଉପଗ୍ରହ ଚିତ୍ରରୁ ମିଳିଲା ସଙ୍କେତ: ସୀମାରେ ବଢିଲା ଗତିବିଧି, ଭାରତ-ଚୀନ ବଢାଇଲେ ସୈନିକ ସଂଖ୍ୟା

Published By : Prameya-News7 Bureau | May 30, 2020 IST

ବେଜିଂ/ଲଦାଖ ୩୦।୦୫: ଚୀନ ଗୋଟିଏ ପଟେ ଲଦାଖରେ ସ୍ଥିତି ସ୍ଵାଭାବିକ ଥିବା କଥା କହୁଥିବା ବେଳେ ଅନ୍ୟପଟେ ସୀମାରେ ନିଜର ସେନା ଠୁଳ କରିବାରେ ଲାଗିଛି। ସଦ୍ୟତମ ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ଜଣା ପଡୁଛି ଯେ, ଗୋଗରା ଇଲାକାରେ ଚୀନ ନିଜର ସୈନିକ ସଂଖ୍ୟା ବୃଦ୍ଧି କରିଛି। ଅନ୍ୟପଟେ ଭାରତ ଚୀନର ପ୍ରତିଟି ଗତିବିଧିର ଜବାବ ଦେବା ଲାଗି ପ୍ରସ୍ତୁତ ହୋଇ ରହିଛି। ଭାରତୀୟ ସେନା ଚୀନ ସୈନିକଙ୍କ ଠିକ୍ ସାମ୍ନାରେ ଆଖିରେ ଆଖି ମିଶାଇ ଦୃଢ ଭାବେ ଛିଡା ହୋଇ ରହିଛି। ଲଦାଖରେ ଭାରତର ଭିତ୍ତିଭୂମି ନିର୍ମାଣରେ ବିଚଳିତ ହୋଇ ଚୀନ ଏଲଏସିରେ ସେନା ସକ୍ରିୟତାକୁ ବଢାଇ ଦେଇଛି।

ମୁହାଁମୁହିଁ ଛିଡା ହୋଇଛନ୍ତି ସେନା

ଓପନ ସୋର୍ସ ଇଣ୍ଟେଲିଜେନ୍ସ ଆନାଲିଷ୍ଟ Detresfa ର ସଦ୍ୟତମ ଉପଗ୍ରହ ଫଟୋ ଜାରି କରିଛି। ଏହା ମୁତାବକ ଚୀନର ସେନା ପିପୁଲ୍ସ ଲିବେରେସନ ଆର୍ମି(PLA) ପେଙ୍ଗୟଙ୍ଗ ସୋ ଓ ଗୋଗରା ଇଲାକାର ଠିକ୍ ସାମ୍ନାରେ ନୂତନ କରି ପଜିସନ ନେଇ ଛିଡା ହୋଇଛି। ଏହା ଦେଖି ଭାରତ ମଧ୍ୟ ନିଜର ସୈନିକଙ୍କୁ ଚୀନ ସେନା ସମ୍ମୁଖରେ ମୁତୟନ କରିଛି ଏବଂ ସୁରକ୍ଷା ବ୍ୟବସ୍ଥା ଆହୁରି  ବଢାଇ ଦେଇଛି। ଅନ୍ୟପଟେ ପେଙ୍ଗୟଙ୍ଗ ସୋରେ ବେସ୍‌ ଏରିଆରୁ ଚୀନୀ ୟୁନିଟ୍ ଉପରକୁ ଚଢୁଛନ୍ତି। ସମ୍ଭାବନା ଏହା ଯେ, ଚୀନ ସେଠାରେ ତମ୍ଵୁ କାଢି ଦେବ। ଭାରତର ଗୋଗରା ପୋଷ୍ଟ ନିକଟରେ ଚୀନର ପିଏଲଏ ପଜିସନ ନେଇଛନ୍ତି ଏବଂ ଏଠାରେ ସୈନିକଙ୍କ ବଡ ସ୍ତରରେ ଗତିବିଧି ଜାରି ରହିଛି।

wp:core-embed/twitter {"url":"https://twitter.com/detresfa_/status/1266666343480168449?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fworld%2Fasian-countries%2Fnew-satellite-images-reveal-indias-position-at-ladakh-border-mirroring-chinese-armys-change-in-position-and-increase-in-forces%2Farticleshow%2F76107895.cms","type":"rich","providerNameSlug":"twitter","className":""}
https://twitter.com/detresfa_/status/1266666343480168449?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fworld%2Fasian-countries%2Fnew-satellite-images-reveal-indias-position-at-ladakh-border-mirroring-chinese-armys-change-in-position-and-increase-in-forces%2Farticleshow%2F76107895.cms
/wp:core-embed/twitter

ଭାରତଠୁ ୧୧ କିମି ଦୂରରେ ରହିଛି ବଡ ୟୁନିଟ୍

ଏହା ପୂର୍ବରୁ ଶନିବାର ଜାରି ଫଟୋରୁ Detresfa ଦାବି କରିଛି ଯେ, ପିଏଲଏ ଭାରତର ଗୋଗରା ବେସ୍‌ରୁ ୧୧ କିମି ଉତ୍ତରପଶ୍ଚିମ ଦିଗରେ ରହିଛନ୍ତି। ଏଠାରେ ସବୁଠୁ ବଡ ୟୁନିଟ୍‌ ସକ୍ରିୟ ହୋଇ ଉଠିଛି। ଏହା ସ୍ପଷ୍ଟ କରିଛି ଯେ, ଚୀନ ସେନା ଭାରତ ସୀମାକୁ ପଶି ନାହିଁ, ଯେମିତି ମିଡିଆ ରିପୋର୍ଟରେ ଦାବି କରାଯାଉଛି। ଭାରତ ସଠିକ୍ ସମୟରେ ନିଜର ସେନା ସୀମାରେ ମୁତୟନ କରିବାରୁ ଚୀନ ସେନାର ଯୋଜନା ବିଫଳ ହୋଇଛି।

ଭାରତ ସୀମା ଭିତରକୁ ପଶିବା ଥିଲା ଉଦ୍ଦେଶ୍ୟ

ଲଦାଖରେ ଗତ ୨ରୁ ୩ ବର୍ଷରେ ଭାରତ ଡିଓବି ଅଞ୍ଚଳରେ ଯେଉଁ ସଡକ ନିର୍ମାଣ କରିଛି, ଏହାକୁ ନେଇ ଚୀନ ବିଚଳିତ ହୋଇ ପଡିଛି। ଚୀନ ଏଲଏସି ନିକଟରେ ପ୍ରାୟ ୫୦୦୦ ସୈନିକ ମୁତୟନ କରିଛି। ଭାରତ ମଧ୍ୟ ଏଠାରେ ବଡ ସଂଖ୍ୟାରେ ସୈନିକ ମୁତୟନ କରିଛି। ଗାଲଓ୍ଵାନ ନାଲା ଅଞ୍ଚଳରେ ଚୀନ ସୈନିକ ୧୧୪ ବ୍ରିଗେଡ୍‌ ନିକଟରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ମେ ପ୍ରଥମ ସପ୍ତାହରେ ଚୀନ ଭାରତୀୟ ସୀମା ଭିତରେ ଅଧିକ ପଶିବାକୁ ଉଦ୍ୟମ କରୁଥିଲା ମାତ୍ର ତାର ଏହି ପ୍ରୟାସ ବିଫଳ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.