Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଇରାନ ଉପରେ ନୂଆ କଟକଣା, ଟ୍ରମ୍ପ କହିଲେ- ଇରାନକୁ ପରମାଣୁ ଅସ୍ତ୍ର ବିକଶିତ କରିବାକୁ ଅନୁମତି ଦେବୁ ନାହିଁ

22/09/2020 at 11:41 AM

ଓ୍ବାଶିଂଟନ୍ ୨୨/୦୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ ଗତକାଲି ଇରାନ ଉପରେ ଜାତିସଂଘର ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକକୁ ପୁନଃସ୍ଥାପିତ କରିବା ସହ ଏହା ଉପରେ  ନୂଆ କଟକଣା ଲଗାଇଛନ୍ତି। ଟମ୍ପ ତାଙ୍କର ଏକ ବୟାନରେ କହିଛନ୍ତି, ‘‘ଆଜି ମୁଁ ଇରାନକୁ ପରମାଣୁ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଉପରେ କଟକଣା ଲଗାଇବା ଉପରେ ପଦକ୍ଷେପ ନେଉଛି। ମୋ ସରକାର କେବେ ବି ଇରାନକୁ ପରମାଣୁ ଅସ୍ତ୍ରଶସ୍ତ୍ର ରଖିବାକୁ ଅନୁମତି ଦେବ ନାହିଁ। ଏହା ସହ ଆମେ ଇରାନକୁ ବାଲିଷ୍ଟିକ୍ ମିିଶାଇଲ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଦିଗରେ ସାହାଯ୍ୟ କରି ବିଶ୍ବକୁ ବିପଦରେ ପକାଇବାକୁ ଅନୁମତି ଦେବୁ ନାହିଁ।’

ଟ୍ରମ୍ପ କହିଛନ୍ତି ସେ ସଂଯୁକ୍ତ ରାଷ୍ଟ୍ରର ପ୍ରତିବନ୍ଧକକୁ ପୁନସ୍ଥାପିତ କରିବା ସହିତ ଇରାନର ପରମାଣୁ ଅସ୍ତ୍ର, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବିକଶିତ ସମ୍ବନ୍ଧିତ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଦୁଇ ଡଜନରୁ ଅଧିକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଉପରେ ନୂଆ କଟକଣା ଲାଗୁ କରିବା ପାଇଁ ନୂତନ କାର୍ଯ୍ୟକାରୀ ଆଦେଶ ଜାରି କରାଯାଇଛି। ଏହି କାର୍ଯ୍ୟକାରୀ ଆଦେଶ ଜରିଆରେ ଆମେରିକାରେ ସେହି ସବୁ ଲୋକଙ୍କ ସମ୍ପତି ବ୍ଲକ୍ କରାଯାଉଛି ଯେଉଁମାନେ ଇରାନ ଅସ୍ତ୍ରଶସ୍ତ୍ର ନିର୍ମାଣ ଓ ବିକ୍ରି ଦିଗରେ ସାହାଯ୍ୟ କରୁଛନ୍ତି।

ଏହି ଆଦେଶ ଇରାନ ସରକାରଙ୍କ ସମଗ୍ର ଅଞ୍ଚଳରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ରପ୍ତାନି କରିବାର କ୍ଷମତାକୁ କ୍ଷୁର୍ନ କରିବ। କେବଳ ଏତିକି ନୁହେଁ, ଏହା ସୈନ୍ୟବାହିନୀର ଅସ୍ତ୍ରଶସ୍ତ୍ର ହାସଲ କରିବାର କ୍ଷମତା ମଧ୍ୟ ହ୍ରାସ କରିବ ।

   Related Posts