Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଚୋରି କଲେ କଟିବ ହାତ, ଅବୈଧ ଶାରୀରିକ ସମ୍ପର୍କ ରଖିଲେ ଖାଇବ ପଥର ମାଡ: କଠୋର ଦଣ୍ଡ ପାଇଁ ଆଇନ୍‌ ଆଣୁଛି ତାଲିବାନ

14/09/2021 at 7:23 PM

କାବୁଲ ୧୪/୦୯: ଆଫଗାନିସ୍ତାନ ଉପରେ ତାଲିବାନ ସମ୍ପୂର୍ଣ୍ଣ କବଜା କରିନେଇଛି। ସେଠାକାର ଅନ୍ତରୀଣ ସରକାର ନିଜର ଏଜେଣ୍ଡା ଅନୁସାରେ ଶାସନ କରୁଛି। ନୂଆ ଶାସନରେ ‘ସଦଗୁଣ ପ୍ରଚାର ଏବଂ ଖରାପ ଉପରେ ରୋକ’ ମନ୍ତ୍ରାଳୟ ମଧ୍ୟ ରହିଛି। ଏମିତି ଏକ ମନ୍ତ୍ରାଳୟର ନାଁ ଶୁଣିବା ଯେତିକି ଭଲ ଲାଗୁଛି ତାର କାର୍ଯ୍ୟ ସେତିକି ଭୟଙ୍କର। ସରିଆ ଆଇନ୍‌ର କଠୋର ସଂସ୍କରଣ ଲାଗୁ କରିବାରେ ତାଲିବାନ ମାହିର।

ଏଥିରେ ପୁରୁଷ ସାଥି ବିନା ଚାକିରୀ କରିବା ବି ମନା। ଅନ୍ୟପଟେ ଇସଲାମକୁ ସେବା କରିବା ତାଲିବାନର ମୂଳ ଲକ୍ଷ୍ୟ ବୋଲି ଜଣେ ତାଲିବାନୀ ଅଧ୍ୟକ୍ଷ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି । ସେହିଭଳି ତାଲିବାନୀ ନେତା ମହମ୍ମଦ ୟୁସୁଫଙ୍କ ମତରେ ତାଲିବାନ ଆଇନର ଉଲ୍ଲଂଘନ କରୁଥିବା ଲୋକଙ୍କୁ ‘ଇସଲାମୀ ନିୟମ’ ଅନୁସାରେ ଦଣ୍ଡ ମିଳିବ। ଏହି ସମସ୍ତ ନିୟମକୁ ମହମ୍ମଦ ବୁଝାଇ କହିଛନ୍ତି। ତାଙ୍କ ଅନୁସାରେ, ଯେଉଁ ବ୍ୟକ୍ତି ଜାଣିଶୁଣି ଅପରାଧ କରିବ ତାକୁ ମୃତ୍ୟୁ ଦଣ୍ଡ ମିଳିବ। ଯଦି ଅଜାଣତରେ ଭୁଲ ହୋଇଥିବ ତେବେ ଅର୍ଥ ଦଣ୍ଡ ଦିଆଯିବ ।

ନ୍ୟୁୟର୍କ ପୋଷ୍ଟ ମୁତାବିକ, ତାଲିବାନୀ ଅଧିକାରୀ କହିଛନ୍ତି ଯେ ଚୋରର ହାତ କାଟିଦିଆଯିବ। ଅବୈଧ ଶାରୀରିକ ସମ୍ପର୍କ ରଖୁଥିବା ଲୋକଙ୍କ ଉପରେ ପଥର ବର୍ଷା ହେବ। ଅବୈଧ ସମ୍ପର୍କରେ ଲିପ୍ତ ଉଭୟ ପୁରୁଷ ଏବଂ ମହିଳାଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ୟୁସୁଫ କହିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି, ‘ଯଦି କେହି ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ ଆମେ ଦଣ୍ଡ ଦେବୁ। ଆମେ କେବଳ ଇସ୍ଲାମୀ ନିୟମ ଏବଂ ବେନିୟମ ଆଧାରରେ ଏକ ଶାନ୍ତିପୂର୍ଣ୍ଣ ଦେଶ ଚାହୁଁଛୁ। ଶାନ୍ତି ଏବଂ ଇସ୍ଲାମୀ ଶାସନ ହିଁ ଆମର ଏକମାତ୍ର ଇଚ୍ଛା।’  

   Related Posts