ଏହି ସରକାରୀ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ ଖୁଲାସା, ସମଗ୍ର ଦେଶରେ ଜାରି ହେଲା ଆଲର୍ଟ

Published By : Prameya-News7 Bureau | June 20, 2019 IST

ଦେଶ ଧିରେ ଧିରେ ଯେତିକି ଉନ୍ନତ ହେଉଛି ସେତିକି ନିୟମ ମଧ୍ୟ ସାରା ଦେଶରେ ଲାଗୁ ହେଉଛି। ଏମିତି ଅନେକ ଜିନିଷର ପରିବର୍ତ୍ତନ ହେଉଛି ଯାହା ଦେଶର ବିକାଶ ଓ ପ୍ରଗତି ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଉଛି। ତେବେ ଏକ ସରକାରୀ ବ୍ୟାଙ୍କ ନେଇ ବଡ ଅପଡେଟ୍ ଆସିଛି। ଏହି ବିଷୟରେ ଜାଣିବା ପ୍ରତ୍ୟେକ ଲୋକଙ୍କ ପାଇଁ ଜରୁରୀ।  

{"id":125088}

ପଂଜାବ ନ୍ୟାଶନାଲ ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକେ ଏହି ବିଶେଷ ସୂଚନା ବିଷୟରେ ଜାଣିବା ଆବଶ୍ୟକ। କାରଣ ବ୍ୟାଙ୍କ ମଧ୍ୟ ସବୁଆଡେ ଆଲର୍ଟ ଜାରି କରିଛି। ଏବେ ଏକ ନୂଆ ସିଷ୍ଟମ ଲାଗୁ କରାଯାଇଛି।ଆଗାମୀ ବର୍ଷ ଏପ୍ରିଲ ମାସ ୩୦ ତାରିଖରୁ ପଂଜାବ ନ୍ୟାଶନାଲ ବ୍ୟାଙ୍କର ଅଫିସିଆଲ ୱାଲେଟ୍‌ ପିଏବି କିଟିକୁ ବନ୍ଦ କରାଯିବ।  ତେବେ ପଂଜାବ ନ୍ୟାଶନାଲ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ବା ଆପ୍ଲିକେଶନରେ ପିଏନବି କିଟି ରେଜିଷ୍ଟର୍ଡ ଥିଲେ , ଧିରେ ଧିରେ କରି ଟଙ୍କା କାଢି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଉଚିତ୍‌।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.