ସାବଧାନ! ଚଳିତ ବର୍ଷ ଅକ୍ଟବର ମାସରୁ ଦେଶରେ ହେବ ଏହି ନୂଆ ନିୟମ

Published By : Prameya-News7 Bureau | August 20, 2019 IST

ନୂଆଦିଲ୍ଲୀ୨୦\୮: କେନ୍ଦ୍ର ସରକାର ରାସ୍ତାରେ ଚାଲୁଥିବା ଗାଡି ଓ ଡ୍ରାଇଭରଙ୍କ ପରିଚୟ ପାଇଁ ଲଗାତାର କାମ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଅନୁସାରେ ଏବେ ଦେଶରେ ସମସ୍ତଙ୍କ ଲାଇସେନ୍ସ ଏକା ଭଳି ହେବ। ଏଥିପାଇଁ ସମଗ୍ର ଦେଶରେ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌ (RC) ଓ ଡ୍ରାଇଭିଂ ଲାଇସେନ୍ସ କୁ ଏକ ନିର୍ଦ୍ଦିଷ୍ଟ ରୂପ ଦିଆଯିବ।   

ସୂଚନାଯୋଗ୍ୟ ଯେ, ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନିତୀନ ଗଡକାରୀ ଏହି ନୂଆ ନିୟମ ଘୋଷଣା କରିଛନ୍ତି। ଅକ୍ଟବର ମାସ ୧ ତାରିଖରୁ ଏବି ନିୟମ ଲାଗୁ ହେବ। ଏହା ପରେ ସମଗ୍ର ଦେଶରେ ଡ୍ରାଇଭିଂ ଲାଇସେନ୍ସ ଓ ଆରସି ଏକା ଭଳି ହେବ।

ଲାଇସେନ୍ସ କାର୍ଡରେ ଚିପ୍‌ ଲାଗିବା ସହ ପଛରେ କ୍ୟୁଆର କୋଡ ରହିବ। ଏହି ଚିପ୍‌ ଓ ବାର କୋଡରେ ଲାଇସେନ୍ସ ହୋଲ୍ଡର ଓ ବାହନର ପୂରା ସୂଚନା ରହିବ। ଏହା ଦ୍ବାରା ବାହନର ପୂରା ରେକର୍ଡ ଅନ୍‌ଲାଇନରେ ଉପଲବ୍ଧ ହେବ। ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌ ଓ ଡ୍ରାଇଭିଂ ଲାଇସେନ୍ସର ରଂଗ ମଧ୍ୟ ସମାନ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.