ନଭେମ୍ବର ୧୧ତାରିଖରୁ ଲାଗୁ ହେବ ମୋବାଇଲ୍ ନମ୍ବର ପୋର୍ଟେବଲିଟିର ନୂଆ ନିୟମ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | September 28, 2019 IST

ନୂଆଦିଲ୍ଲୀ ୨୮/୯: ଦୂରସଞ୍ଚାର ନିୟାମକ ଟ୍ରାଇ ମୋବାଇଲ୍ ନମ୍ବର ପୋର୍ଟେବଲିଟି(ଏମଏନପି)ର ନୂଆ ନିୟମ ଲାଗୁ କରିବାର ଅବଧି ବଢ଼ାଇ ଦେଇଛି। ଏହା ଦ୍ବାରା ଦୂରସଞ୍ଚାର କମ୍ପାନୀଗୁଡ଼ିକୁ ଆଶ୍ବସ୍ତି ମିଳିବ। ଏମଏନପିର ନୂଆ ନିୟମ ଏବେ ନଭେମ୍ବର ୧୧ତାରିଖରୁ ଲାଗୁ ହେବ। ପ୍ରଥମେ ଏହାକୁ ସେପ୍ଟେମ୍ବର ୩୦ତାରିଖରୁ ଲାଗୁ କରାଯିବାର ଯୋଜନା ହୋଇଥିଲା। ଟ୍ରାଇର ଏହି ନିଷ୍ପତ୍ତି ପାଇଁ ମୋବାଇଲ ଗ୍ରାହକଙ୍କୁ ନମ୍ବର ପୋର୍ଟେବଲିଟିର ନୂଆ ନିୟମ ଲାଗୁ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ନୂଆ ନିୟମ ଅନୁସାରେ ମୋବାଇଲ୍ ନମ୍ବର ପୋର୍ଟ କରିବାର ଅବଧି ହ୍ରାସ କରି ୨ଦିନ କରି ଦିଆଯାଇଥିଲା। ପୋର୍ଟ ସିଷ୍ଟମକୁ ଦ୍ରୃତ ଏବଂ ସହଜ କରିବା ଉଦ୍ଦେଶ୍ୟରେ ଟ୍ରାଇ ସମସ୍ତ ଦୂରସଞ୍ଚାର କମ୍ପାନୀର ଗ୍ରାହକଙ୍କ ଆବେଦନର ୨ଦିନ ଭିତରେ ବାଧ୍ୟତାମୂଳକ ଭାବେ ନମ୍ବର ପୋର୍ଟ କରିବାକୁ ନିର୍ଦେଶ ଦିଆଯାଇଥିଲା।

ଏହା କରିବା ପାଇଁ ୭ଦିନ ସମୟ ଲାଗିଥାଏ। ଟ୍ରାଇ ଗତବର୍ଷ ଡିସେମ୍ବରରେ ସଂଶୋଧିତ ନିୟମକୁ ଜାରି କରିଥିଲା ଏବଂ ଏହାକୁ ସେପ୍ଟେମ୍ବର ୩୦ତାରିଖରୁ ବାଧ୍ୟତାମୂଳକ ଭାବେ ଲାଗୁ କରାଯିବାର ଥିଲା,କିନ୍ତୁ ଏବେ ଏହା ନଭେମ୍ବର ୧୧ତାରିଖରୁ ଲାଗୁ କରାଯିବ। ଏହା ପୂର୍ବରୁ ଦୂରସଞ୍ଚାର କମ୍ପାନୀ ସେପ୍ଟେମ୍ବର ୧୭ ଏବଂ ୨୩ତାରିଖରେ ଟ୍ରାଇ ସହ ମିଶି ଶେଷ ଅବଧି ବଢ଼ାଇବାକୁ ଦାବି କରିଥିଲେ। ତାଙ୍କ କହିବା ଅନୁସାରେ ନୂଆ ସୁବିଧା ଟେଷ୍ଟିଙ୍ଗ ପାଇଁ ତାଙ୍କୁ ସମୟ ଆବଶ୍ୟକ,ଫଳରେ ପରେ ଗ୍ରାହକଙ୍କୁ କୌଣସି ଅସୁବିଧା ହେବ ନାହିଁ।

ଟ୍ରାଇ ମୋବାଇଲ୍ ନମ୍ବର ପୋର୍ଟେବଲିଟିର ନୂଆ ମୂଲ୍ୟ ୫.୭୪ଟଙ୍କା ରଖିଛି। ଏମଏନପିର ମୂଲ୍ୟ ପରିବର୍ତ୍ତନ ପରେ ଦୂରସଞ୍ଚାର କମ୍ପାନୀମାନଙ୍କୁ ବହୁତ ଲାଭ ହେବ। କମ୍ପାନୀ ନିଜ ଗ୍ରାହକଙ୍କୁ ନମ୍ବର ପୋର୍ଟ କରିବା ପାଇଁ ୧୯ଟଙ୍କା ଖର୍ଚ୍ଚ କରିଥାଏ। ଏହା ବ୍ୟତୀତ ଜିଓ,ଲୟାରଟେଲ,ଭୋଡ଼ାଫୋନ୍ ଏବଂ ବିଏସଏନଏଲ ଭଳି କମ୍ପାନୀ ବର୍ଷକରେ ୭୫କୋଟି ଟଙ୍କା ସେଭ କରି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.