ନମ୍ବର ପୋର୍ଟାବିଲିଟି ପାଇଁ ଡିସେମ୍ବର ୧୬ ତାରିଖରୁ ଲାଗୁ ହେବ ନୂଆ ନିୟମ, ୫ ଦିନରେ ପୋର୍ଟ ହୋଇଯିବ ନମ୍ବର

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ୮/୧୧: ନମ୍ବର ପୋର୍ଟେବିଲିଟି(ଏମଏନପି) କ୍ଷେତ୍ରରେ ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୁପକ୍ଷ( ଟ୍ରାଇ) ନୂଆ ନିୟମ ଆଣିଛି।  ସୂଚନା ଅନୁସାରେ ଆସନ୍ତା ମାସ ଡିସେମ୍ବର ୧୬ ତାରିଖଠାରୁ ଏହି ନୂଆ ନିୟମ ଲାଗୁ ହେବ। ଏହି ନିୟମ ଲାଗୁ ହେବେ ବୋଲି ବହୁଦିନ ପୂର୍ବରୁ ଘୋଷଣା କରାଯାଇଥିଲା। ଚଳିତ ନଭେମ୍ବର ମାସ ୧୧ ତାରିଖଠାରୁ ଏହି ନିୟମ ଲାଗୁ ହେବାର ଥିଲା କିନ୍ତୁ ଯାନ୍ତ୍ରିକ ତୃଟି ଯୋଗୁଁ ଡିସେମ୍ବର ମାସ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ନୂଆ ନିୟମରେ ମୋବାଇଲ ନମ୍ବର ପୋର୍ଟେବିଲିଟିରେ ଗ୍ରାହକଙ୍କୁ ଅଧିକ ସହଜ ହେବା ବୋଲି ଟ୍ରାଇ ସୂଚନା ଦେଇଛି।

{"id":181662}

ଟ୍ରାଇର ଅଧିକାରୀଙ୍କ କହିବା ଅନୁସାରେ ନୂଆ ନିୟମ ଲାଗୁ ହେବା ପରେ କୌଣସି ବ୍ୟକ୍ତି ଗୋଟିଏ ନମ୍ବରରୁ ଅନ୍ୟ ନମ୍ବରରେ ପୋର୍ଟେବିଲିଟି(ଏମଏନପି) କରିବା ଲାଗି ୫ ଦିନ ଲାଗିବ। କିନ୍ତୁ ଏବେ ପୋର୍ଟା ବିଲିଟି ପ୍ରକ୍ରିୟା ପାଇଁ ୭ ଦିନ ଲାଗୁଛି।

{"id":181663}

ନୂଆ ନିୟମ ଅନୁସାରେ ଭୁଲ ବଶତଃ ପୋର୍ଟିଂର ଆବେଦନ ଖାରଜ ହେଲେ ମୋବାଇଲ ଅପ୍‌ରେଟରଙ୍କ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏବେ ଅଧିକୃତ ଚିଠି (Authorization letter ) ବ୍ୟବହାର କରି ଏକାସାଙ୍ଗରେ ୧୦୦ ନମ୍ବର ପୋର୍ଟ କରି ପାରିବେ। ପୂର୍ବରୁ ଏକସାଙ୍ଗରେ ୫୦ଟି ନମ୍ବରକୁ ପୋର୍ଟ କରି ପାରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.