Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ଲକ୍‌ଡାଉନ୍‌ କଟକଣାକୁ ସାମାନ୍ୟ କୋହଳ : ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ପାଇଁ ନୂଆ ସମୟ, ଗାଡିଚାଳକଙ୍କ ପାଇଁ କଡା ନିୟମ

7/04/2020 at 9:00 AM

ଭଦ୍ରକ ୦୭।୦୪: ଭଦ୍ରକରେ ନୂଆ ନିୟମ । ଲକଡାଉନ ର କଟକଣା କୁ ସାମାନ୍ୟ କୋହଳ କରିଛି ଜିଲ୍ଲା ପ୍ରଶାସନ । ଅତ୍ୟାବଶ୍ୟକ ଦୋକାନ ବଜାର ପାଇଁ ନୂଆ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି । ଲକଡାଉନ ବେଳେ କୋହଳ ସମୟ ବେଳେ ଲୋକଙ୍କ ଭିଡ କୁ ଦେଖି ଭଦ୍ରକ ଜିଲ୍ଲାପ୍ରଶାସନ ଏବେ ନୂଆ ସମୟ ନିର୍ଘଣ୍ଟ ସ୍ଥିର କରିଛି ।

ସାମାଜିକ ଦୂରତ୍ୱ ଓ ବଜାର ରେ ଅଧିକ ଭିଡ ନକରିବା ପାଇଁ ପ୍ରଶାସନ  ନିୟମ କରିଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅଧିକ ସମୟ ଦିଆଯାଇଥିବା ବେଳେ ବାଇକ ଓ ଘରୋଇ ଗାଡି ଉପରେ ଲଗାମ ଲଗାଇଛି  ପ୍ରଶାସନ । ପରିବା ହାଟ ସହ ତେଜରାତି ଦୋକାନ ସକାଳ ୬ଟା ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବା ସହ କ୍ଷୀର ଓ ଫଳ ଦୋକାନ ସକାଳ ୬ଟା ରୁ ରାତି୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ।

  କିନ୍ତୁ କୌଣସି ସମୟରେ ବି ବିନା ଅନୁମତିରେ ବାଇକ ଅବା ବ୍ୟକ୍ତିଗତ ଗାଡି ଚଳାଚଳ ଉପରେ ରୋକ ଲାଗିଛି । ସହର ଭିତର କୁ ଆସୁଥବା ବାଇକ ଓ ଚାରିଚାକିଆ ଗାଡି କୁ ପୋଲିସ ସିଜ କରିଛି । ଏହି ସିଜ ଗାଡି ରୁ ଆଦାୟ ଫାଇନ କରୋନା ପାଇଁ ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଦେଖନ୍ତୁ ଭଦ୍ରକ ରେ ଏବେ ସାବାଡ଼ ହେଉଛନ୍ତି ଅମାନିଆ

   Related Posts