ତୃତୀୟ ଲହର ଭୟ: ଉତ୍ତରପ୍ରଦେଶ ଯିବାକୁ ଚାହୁଁଥିଲେ ଜାଣି ରଖନ୍ତୁ ସରକାରଙ୍କ ନୂଆ ନିୟମ

Published By : Prameya-News7 Bureau | July 18, 2021 IST

ଲକ୍ଷ୍ନୌ ୧୮/୭: କରୋନା ସ୍ଥିତି ସୁଧୁରୁଥିବା ମଧ୍ୟରେ ତୃତୀୟ ଲହର ଆଶଙ୍କା ଭୟ ବଢ଼ାଉଛି। ଏହାର ଅର୍ଥ ସାମାନ୍ୟ ଅସାବଧାନତା ଭାରି ପଡ଼ିପାରେ। ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପରାମର୍ଶ କରୁଥିବା ବେଳେ ରାଜଗୁଡ଼ିକ ମଧ୍ୟ କଟକଣା ବଢ଼ାଇବାକୁ ପଦକ୍ଷେପ ନେଉଛନ୍ତି। ସେହିଭଳି ଉତ୍ତରପ୍ରଦେଶ ସରକାର କରୋନା ପ୍ରୋଟୋକଲ୍‌ ପାଳନ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ସିଏମ ଯୋଗୀ ଆଦିତ୍ୟନାଥ ଅନ୍ୟ ରାଜ୍ୟରୁ ଉତ୍ତରପ୍ରଦେଶ ଆସୁଥିବା ଲୋକମାନଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି ।

କରୋନା ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ମିଳିବ ଏଣ୍ଟ୍ରି
ରବିବାର ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କ ସହ ବୈଠକ କରିବା ପରେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ ଖାସ ନିର୍ଦେଶ ଦେଇଛନ୍ତି। ଯେଉଁ ସବୁ ରାଜ୍ୟରେ କରୋନା ସଂକ୍ରମଣ ହାର ୩ ପ୍ରତିଶତରୁ ଅଧିକ ରହିଛି ସେଠାରୁ ୟୁପି ଯିବାକୁ ହେଲେ କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ। ଓଡ଼ିଶାରେ ସଂକ୍ରମଣ ହାର ୩ ପ୍ରତିଶତ ଉପରେ ରହିଛି। ତେଣୁ ଓଡ଼ିଶାର ଲୋକ ଉତ୍ତରପ୍ରଦେଶ ଯିବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମାନିବାକୁ ପଡ଼ିବ ।

୪ ଦିନ ଭିତରେ ହୋଇଥିବ ରିପୋର୍ଟ
ଅନ୍ୟ ରାଜ୍ୟର ଲୋକ ନେଇ ଆସିଥିବା ରିପୋର୍ଟ ଆରଟିପିସିଆର ହେବା ସହ ୪ ଦିନରୁ ଅଧିକ ପୂରୁଣା ହୋଇପାରିବ ନାହିଁ। କିନ୍ତୁ ଟିକାର ଦୁଇ ପାନ ନେଇଥିବା ଲୋକଙ୍କୁ ଏଥିରୁ ବାଦ ଦିଆଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏହି ନୂଆ ନିୟମ ସଡ଼କ, ଆକାଶ, ରେଳ ମାର୍ଗ ଯାତ୍ରୀଙ୍କ ସମେତ ଘରୋଇ ଗାଡ଼ିରେ ଆସୁଥିବା ଲୋକଙ୍କ ପାଇଁ ଲାଗୁ ହେବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.