Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ନଭେମ୍ବର ୧ ରୁ ବଦଳିବ ଏହିସବୁ ନିୟମ: ବ୍ୟାଙ୍କିଙ୍ଗଠୁ ଗ୍ୟାସ୍ ବୁକିଂ ଯାଏଁ ଲାଗୁ ହେବ ନୂଆ ନିୟମ

30/10/2021 at 6:30 PM

ନୂଆଦିଲ୍ଲୀ ୩୦/୧୦ : ଗୋଟିଏ ପଟେ ମହଙ୍ଗା ଦର ଆକାଶ ଛୁଇଁଥିବା ବେଳେ ଅନ୍ୟପକ୍ଷରେ ନଭେମ୍ବର ୧ ତାରିଖରୁ ଦେଶରେ ଅନେକ ପରିବର୍ତନ ହେବାକୁ ଯାଉଛି। ଏହାର ସିଧା ପ୍ରଭାବ ଜନତାଙ୍କ ପକେଟ ଓ ଜୀବନ ଉପରେ ପଡିଥାଏ। ନଭେମ୍ବର ୧ ତାରିଖରୁ ବ୍ୟାଙ୍କରେ ଟଙ୍କା ଜମା କରିବାଠୁ ଗ୍ୟାସ ସିଲିଣ୍ଡର ବୁକିଂ ଆଦିରେ ପରିବର୍ତନ ହେବ।

୧. ନଭେମ୍ବର ୧ ରୁ ବ୍ୟାଙ୍କରେ ଟଙ୍କା ଜମା କରିବା ଓ କାଢିବାକୁ ଚାର୍ଜ ଦେବାକୁ ପଡିବ। ବ୍ୟାଙ୍କ ଅଫ ବରୋଦା ଏହା ଆରମ୍ଭ କରିଛି। ବ୍ୟାଙ୍କ ଅଫ ବରୋଦା ଅନୁଯାୟୀ ନିର୍ଦ୍ଧାରିତ ଲିମିଟରୁ ଅଧିକ ବ୍ୟାଙ୍କିଙ୍ଗ ଉପରେ ଗ୍ରାହକଙ୍କୁ ଅଲଗା ଅଲଗା ଶୁଳ୍କ ଦେବାକୁ ପଡିବ। ତାଛଡା ଋଣ ଖାତା ପାଇଁ ଗ୍ରାହକଙ୍କୁ ୧୫୦ ଟଙ୍କା ଦେବାକୁ ପଡିବ।

ନୂଆ ନିୟମ ଅନୁଯାୟୀ, ଶେଭିଂ ଆକାଉଣ୍ଟରେ ୩ ଥର ଟଙ୍କା ଜମା କରିବା ମାଗଣା ରହିବ କିନ୍ତୁ ମାସେ ଭିତରେ ୩ ଥରରୁ ଅଧିକ ଥର ଟଙ୍କା ଜମା କଲେ ପ୍ରତ୍ୟେକଥର ୪୦ ଟଙ୍କା ଶୁଳ୍କ ଦେବାକୁ ପଡିବ। ଜନଧନ ଖାତାଧାରକଙ୍କୁ ୩ ଥରରୁ ଅଧିକ ଜମା କଲେ କୌଣସି ଶୁଳ୍କ ଦେବାକୁ ପଡ଼ିବନି। ଏହା ବଦଳରେ ଟଙ୍କା ୱିଥଡ୍ର କଲେ ୧୦୦ ଟଙ୍କା ଦେବାକୁ ପଡିବ।

୨. ନଭେମ୍ବର ଆରମ୍ଭରୁ ଭାରତୀୟ ରେଳବାଇ ଟ୍ରେନ ଟାଇମ ଟେବୁଲ ପରିବର୍ତନ କରିବାକୁ ଯାଉଛି। ଏହା ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ଏହା ପୂର୍ବରୁ ଅକ୍ଟୋବର ୧ ରୁ ବଦଳିବାର ଥିଲା କିନ୍ତୁ କୌଣସି କାରଣରୁ ଏହାକୁ ନଭେମ୍ବର ୧ ଯାଏଁ ସ୍ଥଗିତ କରାଯାଇଥିଲା। ଆସନ୍ତା ୧ ତାରିଖରୁ ଟ୍ରେନର ନୂଆ ଟାଇମ ଟେବୁଲ ଲାଗୁ କରାଯିବ। ଏହି ପରିବର୍ତନରେ ୧୩ ହଜାର ଯାତ୍ରୀବାହୀ ଟ୍ରେନ ଓ ୭ ହଜାର ମାଲବାହୀ ଟ୍ରେନ ସାମିଲ କରାଯାଇଛି। ତାଛଡା ଦେଶରେ ଚାଲୁଥିବା ପ୍ରାୟ ୩୦ ଟି ରାଜଧାନୀ ଟ୍ରେନ ସମୟ ମଧ୍ୟ ପରିବର୍ତନ ହେବ।

୩. ଆସନ୍ତା ୧ ତାରିଖରୁ ଗ୍ୟାସ ସିଲିଣ୍ଡର ଡେଲିଭରୀ ପ୍ରକ୍ରିୟାରେ ପରିବର୍ତନ ହେବ। ନୂଆ ନିୟମ ଅନୁସାରେ ଗ୍ୟାସ ବୁକିଂ ପରେ ଗ୍ରାହକଙ୍କୁ ତାଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ବିନା ଓଟିପିରେ ବୁକିଂ ହେବନାହିଁ। ଡେଲିଭରୀ ବଏକୁ ଓଟିପି ଦେବାପରେ ଗ୍ରାହକ ସିଲିଣ୍ଡର ନେଇପାରିବେ।

ଶିଲିଂରେଡ୍ର ଡେଲିଭରୀ ପଲିସୀ ଅନୁଯାୟୀ, ଭୁଲ ଠିକଣା ଓ ମୋବାଇଲ ନମ୍ବର ଦେଇଥିବା ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ସେଥିପାଇଁ କମ୍ପାନୀ ପୂର୍ବରୁ ହିଁ ଗ୍ରାହକଙ୍କୁ ନିଜ ନାମ, ଠିକଣା ଓ ମୋବାଇଲ ନମ୍ବର ଅପଡେଟ କରିବାକୁ ପରାମର୍ଶ ଦେଇଛି ଯେପରି ସିଲିଣ୍ଡର ଡେଲିଭରୀ ବେଳେ କୌଣସି ସମସ୍ୟା ନ ହେଉ। ତେବେ କମର୍ସିୟାଲ ସିଲିଣ୍ଡର ପାଇଁ ଏହି ନିୟମ ଲାଗୁ ହେବନାହିଁ। 

   Related Posts