କରୋନା ପଜିଟିଭ୍ ବାହାରିଲେ ସୋସାଇଟି କିମ୍ବା କଲୋନୀ ସିଲ୍ କରିବାକୁ ଜାରି ହେଲା ନୂଆ ନିୟମ

Published By : Prameya-News7 Bureau | June 04, 2020 IST

ନୂଆଦିଲ୍ଲୀ ୦୪/୦୬ : କରୋନା ପଜିଟିଭ ମାମଲା ଆସିଲେ ଦିଲ୍ଲୀରେ ପୁରା କଲୋନୀକୁ କିମ୍ବା ହାଉସିଂ ସୋସାଇଟିକୁ ସିଲ କରି ଦିଆଯାଉଥିଲା | କିନ୍ତୁ ଗୋଟିଏ କରୋନା ମାମଲା ଯୋଗୁଁ ପୁରା ସୋସାଇଟିକୁ ସିଲ କରିବା ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଲେ | ଯାହାଫଳରେ ବର୍ତ୍ତମାନ ଏହି ନିୟମ ବଦଳାଇ ଦିଆଯାଇଛି | ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ କୌଣସି କଲୋନୀ କିମ୍ବା ହାଉସିଂ ସୋସାଇଟିରୁ କରୋନା ମାମଲା ସାମ୍ନାକୁ ଆସିଲେ ପୁରା କଲୋନୀକୁ ସିଲ କରାଯିବ ନାହିଁ | ବରଂ କେବଳ ସେହି ଟାୱାରକୁ କିମ୍ବା ସେହି ଫ୍ଲୋରକୁ ହିଁ ସିଲ କରାଯିବ | ଏହି ନିର୍ଣ୍ଣୟ ନେବା ଅଧିକାର ଜିଲ୍ଲା ଅଧିକାରୀଙ୍କୁ ଦିଆଯାଇଛି | ରାଜ୍ୟ ସରକାର ଓ ଗୃହ ମନ୍ତ୍ରାଳୟ ଏନେଇ ଆଦେଶ ଜରି କରିବା ପରେ ଏହିଭଳି ନିର୍ଣ୍ଣୟ ନିଆଯାଇଛି | ନୂଆ ଆଦେଶରେ କଣ୍ଟେନମେଣ୍ଟ ଜୋନ ଏରିଆ ମଧ୍ୟ ନିର୍ଣ୍ଣୟ କରାଯାଇଛି |

ଗୌତମବୁଦ୍ଧ ନଗର ଜିଲ୍ଲା ଅଧିକାରୀ ସୁହାସ ଏଲୱାଇ ଏକ ଆଦେଶରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଆଦେଶ ପରେ ସହରମାନଙ୍କରେ କଣ୍ଟେନମେଣ୍ଟ ଏରିଆ ପୁଣିଥରେ ନିର୍ଣ୍ଣୟ କରାଯାଇଛି | ଯଦି କୌଣସି ବଡ ଆପାର୍ଟମେଣ୍ଟରେ କରୋନା ମାମଲା ସାମ୍ନାକୁ ଆସେ ତାହେଲେ ତାହେଲେ ହାଉସିଂ ସୋସାଇଟିରେ ସେହି ଗୋଟିଏ ଟାୱାରକୁ ସିଲ କରାଯିବ | ଯଦି ଗୋଟିଏରୁ ଅଧିକ ପଜିଟିଭ ମାମଲା ବାହାରେ ତାହେଲେ ପୂର୍ବରୁ ଜାରି ହୋଇଥିବା ଆଦେଶ ଅନୁସାରେ, ୫୦୦ ମିଟର ବିଶିଷ୍ଟ କଣ୍ଟେନମେଣ୍ଟ ଏରିଆ ଏବଂ ୨୫୦ ମିଟରର ବଫର ଜୋନ ଚିହ୍ନଟ ପ୍ରକ୍ରିୟା ଜାରି ରହିବ |

ଅପରପକ୍ଷରେ ଯଦି ଦୁଇଟି ଟାୱାରରେ ଗୋଟିଏ ଲେଖାଏଁ ମାମଲା ବାହାରେ ଏବଂ ଉଭୟ ଟାୱାର ମଧ୍ୟରେ ଦୂରତା ୫୦୦ ମିଟରରୁ ଅଧିକ ଥାଏ ତାହେଲେ ସେହି ସୋସାଇଟି କଣ୍ଟେନମେଣ୍ଟ ଜୋନ ଘୋଷିତ ହେବନାହିଁ | ଆରଡବ୍ଲୁଏ ଓ ହାଉସିଂ ଶୋସିଟିରେ ରହୁଥିବା ଲୋକଙ୍କ ବିରୋଧ ପରେ ଏହିଭଳି ପଦକ୍ଷେପ ନିଆଯାଇଛି | କାରଣ କିଛି ଦିନ ପୂର୍ବରୁ ଗାଜିଆବାଦରେ ଏକ କରୋନା ମାମଲା ସାମ୍ନାକୁ ଆସିବା ପରେ ପୁରା ସୋସାଇଟିକୁ ସିଲ କରିଦିଆଯାଇଥିଲା ଫଳରେ ସୋସାଇଟିରେ ହଙ୍ଗାମା ସୃଷ୍ଟି ହୋଇଥିଲା |

ଗୃହ ମନ୍ତ୍ରାଳୟ ଗାଇଡଲାଇନ ଜାରି କରି ସେହି ପୁରୁଣା ନିୟମ ରଖିଛନ୍ତି | କିନ୍ତୁ ସେଥିରେ ଆଉ ଏକ ଲାଇନ ଯୋଡି ଦେଇଛନ୍ତି | ସେ କହିଛନ୍ତି ପରିସ୍ଥିତି ଦେଖି ଜିଲ୍ଲା ଅଧିକାରୀ ନିର୍ଣ୍ଣୟ ନେବେ | ସେଥିପାଇଁ ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ ପାଇଁ ୫୦୦ ମିଟରର ପୁରୁଣା ନିୟମ ହିଁ ଲାଗୁ କରାଯାଉଛି | ଦିଲ୍ଲୀରେ ବର୍ତ୍ତମାନ ୧୬୦ ରୁ ଅଧିକ କଣ୍ଟେନମେଣ୍ଟ ଜୋନ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.