ଅଗଷ୍ଟ ୩୧ତାରିଖ ଯାଏଁ ଏହି କାମ ନକଲେ ପେଟିଏମ୍‌ ଓ ଗୁଗୁଲ ପେ ଭଳି ୱାଲେଟ୍‌ରେ ଫସି ପାରେ ଆପଣଙ୍କ ଟଙ୍କା

Published By : Prameya-News7 Bureau | August 30, 2019 IST

ଆଜିକାଲି ଅଧିକାଂଶ ଲୋକେ ଅନ୍‌ଲାଇନ୍‌ ପେମେଣ୍ଟ ମାଧ୍ୟମ ବ୍ୟବହାର କରୁଛନ୍ତି। ତେବେ ଅନ୍‌ଲାଇନ ପେମେଣ୍ଟ ଯେମିତିକି ପେଟିଏମ୍‌, ଗୁଗୁଲ ପେ, ଫୋନ୍‌ ପେ ଭଳି ମୋବାଇଲ ୱାଲେଟ୍‌ ବ୍ୟବହାର କରୁଥିଲେ ସେମାନଙ୍କ ପାଇଁ ଏକ ବିଶେଷ ସୂଚନା।

{"id":151007}

ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ ଆରବିଆଇ ଏହି ମୋବାଇଲ ୱାଲେଟ କମ୍ପାନୀଙ୍କୁ ନିଜ କଷ୍ଟମର୍ସଙ୍କ କେୱାଇସି ଆଦାୟ କରିବା ପାଇଁ ଅଗଷ୍ଟ ୩୧ ତାରିଖ ଯାଏଁ ସମୟସୀମା ଦେଇଛି। ଏହା ପରେ କେୱାଇସି ନମ୍ବର ନଥିଲେ ୱାଲେଟର ଅନେକ ଫିଚର୍ସ କାମ କରିବ ନାହିଁ।

{"id":151008}

କେୱାଇସି (Know Your Customer) ଅର୍ଥାତ କଷ୍ଟମରଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ହାସଲ କରିବାର ପ୍ରକ୍ରିୟା ହୋଇଥାଏ। ଏବେ କେୱାଇସି କରାଇବା ନିହାତି ଜରୁରୀ। ଏହା ଦ୍ବାରା ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ କେୱାଇସି ସମ୍ପର୍କକୁ ମଜବୁତ କରାଏ।

{"id":151009,"width":562,"height":421}

ଭାରତରେ ଡଜନେରୁ ଅଧିକ ମୋବାଇଲ ୱାଲେଟ କମ୍ପାନୀ ଅଛି। ବର୍ତ୍ତମାନ ଦେଶର ୫୦ କୋଟିରୁ ଅଧିକ ଲୋକ ମୋବାଇଲ ୱାଲେଟ ବ୍ୟବହାର କରୁଛନ୍ତି। ଏଥିମଧ୍ୟରୁ କେବଳ ପେଟିଏମ୍‌ରେ ୩୫ କୋଟିରୁ ଅଧିକ ଗ୍ରାହକ ଅଛନ୍ତି।

ଏଗୁଡିକ ହେଉଛି-

{"id":151010}

ସିମ୍‌, ଫୋନ୍‌ ପେ, ଗୁଗୁଲ ପେ, ମୋବିକୁଇକ୍‌, ଏଚଡିଏଫସି ପେଜୈପେ, ଫ୍ରିଚାର୍ଜ, ୟୋନୋ ଏସବିଆଇ, ଆମାଜନ ସପେ, ସିଟି ମାଷ୍ଟର ପାସ, ଆଇସିଆଇସିଆଇ ପ୍ୟାକେଜ୍‌, ଜିଓ ମନୀ, ଓଲା ମନୀ, ଭୋଡାଫୋନ୍‌ ଏମ୍‌-ପୈସା, ଏମ୍‌ସ୍ବାଇପ।

{"id":151011}

କେୱାଇସି କରାଇବା ପାଇଁ ଶେଷ ତାରିଖ ହେଉଛି ଅଗଷ୍ଟ ମାସ ୩୧ ତାରିଖ। କେୱାଇସି କରାଇବା ପାଇଁ ନିଜ ୱାଲେଟରେ ଦିଆଯାଇଥିବା କେୱାଇସି ଅପସନ୍‌ରେ ଯାଇ ଡକ୍ୟୁମେଣ୍ଟ ଦାଖଲ କରିବାକୁ ହେବ। ଏହି ପ୍ରକ୍ରିୟା ପରେ ସବୁ ଡକ୍ୟୁମେଣ୍ଟର ଭେରିଫିକେସନ କରାଯିବ। ଏଥିପାଇଁ ଗ୍ରାହକଙ୍କୁ ସେଣ୍ଟର ଯିବାକୁ ହେବ। ଏହା ଦ୍ବାରା ମୋବାଇଲ ୱାଲେଟ୍‌ ଅପଡେଟ ହୋଇଯିବ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.