ହବିଷ୍ୟାଳୀଙ୍କ ପାଇଁ ଜାରି ହେଲା କଟକଣା

Published By : Prameya-News7 Bureau | October 29, 2020 IST

ପୁରୀ୨୯ ।୧୦: ମାସ ମଧ୍ୟରେ କାର୍ତ୍ତିକ ମାସ ହେବ ପୂଣ୍ୟ ମାସ ବୋଲି କୁହାଯାଏ। ଏହି ମାସରେ ମନ୍ଦିର-ତୀର୍ଥସ୍ଥାନରେ ଭକ୍ତଙ୍କ ଭିଡ ଲାଗିଥାଏ। ଏହି ମାସରେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଥାଏ। କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ପାଇଁ ଲାଗୁ ହେଲା କଟକଣା ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ଯଥା ସମ୍ଭବ ହବିଷ୍ୟାଳୀ ଘରୁ ବାହାରନ୍ତୁ ନାହିଁ ବୋଲି କୁହାଯାଇଛି। କଟକଣା ଅନୁସାରେ, ଅତିଆବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସନ୍ତୁ ନାହିଁ । ହବିଷ୍ୟାଳୀଙ୍କୁ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.