୩ ମାସ ପାଇଁ ଆପେ ଆପେ ହୋଲ୍ଡ୍ ହେବନି ଆପଣଙ୍କ ଇଏମଆଇ, ବ୍ୟାଙ୍କକୁ ଦେବାକୁ ପଡିବ ସୂଚନା

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ, ୩୧|୦୩:  ଲକଡାଉନ ପାଇଁ କାରବାର ଏକ ପ୍ରକାର ଠପ ହୋଇଯାଇଛି ।ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି । ଯାହାର ପ୍ରଭାବ ଲୋକଙ୍କ ରୋଜଗାର ଉପରେ ପଡିଛି । ରିଜର୍ଭ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କକୁ ୩ ମାସ ପାଇଁ ଇଏମଆଇ ହୋଲ୍ଡ କରିବାକୁ ପରାମର୍ଶ ମଧ୍ୟ ଦେଇଛି । ଏପରିକି କମ୍ପାନୀଙ୍କୁ ୩ ମାସ ପାଇଁ ଇଏମଆଇ ରୋକିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଫଳରେ କ୍ଷୁଦ୍ର ବ୍ୟବସାୟୀ ଓ ମଧ୍ୟମ ବର୍ଗଙ୍କୁ ଲାଭ ମିଳିବ । ତେବେ ତିନି ମାସର ଏହି ଇଏମଆଇ ଆପେ ଆପେ ହୋଲ୍ଡ୍ ହେବ ନାହିଁ । ଯଦି ଆପଣ ସମୟାନୁସାରେ ପେମେଣ୍ଟ ନ କରନ୍ତି ତେବେ ଆପଣ ଡିଫଲ୍ଟର ମଧ୍ୟ ହୋଇପାରନ୍ତି ।

ଇଏମଆଇକୁ ୩ ମାସ ଯାଏଁ ରୋକିବା ସୁବିଧା ହେଉଛି ଇଚ୍ଛାଧିନ । ଯଦି କୌଣସି ଗ୍ରାହକ ୩ ମାସ ଯାଏଁ ଇଏମଆଇ ଦେବାକୁ ଚାହିଁବେ ନାହିଁ ତେବେ ସେ ବ୍ୟାଙ୍କକୁ ଏନେଇ ଜଣାଇବା ଆବଶ୍ୟକ । ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ପ୍ରକାର ଟର୍ମ ଲୋନ ଉପର ଆଶ୍ୱସ୍ତି ଦିଆଯାଇଛି । ଏଥିରେ ପର୍ସନାଲ, ଅଟୋ ଓ ହୋମ ଲୋନ ସାମିଲ ଅଛି ।

{"id":246952,"width":750,"height":422,"sizeSlug":"large"}

ଇଏମଆଇ ହୋଲ୍ଡ୍ କରିବା କେତେ ଉପଯୋଗୀ

ଯଦି ଆପଣ ୩ ମାସ ପାଇଁ ଇଏମଆଇ ହୋଲ୍ଡ କରିବାକୁ ଚାହାଁନ୍ତି ତେବେ କରିପାରିବେ । କିନ୍ତୁ ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଆପଣ ଇଏମଆଇ ନଭରନ୍ତି ତେବେ ମୂଳଧନ ଉପରେ ସୁଧ ଜାରି ରହିବ । ଫଳରେ ଆପଣଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ । ଏହାସହ ଲୋନ ସୁଝିବାର ଅବଧି ମଧ୍ୟ ୩ ମାସ ବୃଦ୍ଧି ପାଇବ । ଯଦି ଆପଣ ନିୟମିତ ଇଏମଆଇ ଭରିବା ପାଇଁ ଯୋଗ୍ୟ ତେବେ ହୋଲ୍ଡ କରିବା ଲାଭଦାୟକ ନୁହେଁ ।ଏହାକୁ ନେଇ ଅନେକ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ମେସେଜ ମଧ୍ୟ ପଠାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.