କଟକ କଲେକ୍ଟରଙ୍କ ନୂଆ ପଦକ୍ଷେପ: ଲୋକଙ୍କୁ ଆଉ ଯିବାକୁ ପଡିବନି ସରକାରୀ ଅଫିସକୁ, ସରକାରୀ ଅଧିକାରୀ ପ୍ରତ୍ୟେକ ଦିନ ପହଞ୍ଚିବେ ଲୋକଙ୍କ ପାଖରେ

Published By : Prameya-News7 Bureau | June 26, 2019 IST

କଟକ୨୬|୬: କଟକ ସହରବାସୀଙ୍କ ସମସ୍ୟା ସମାଧାନ ଲାଗି ଲୋକଙ୍କ ପାଖରେ ପହଞ୍ଚିବ ସରକାରୀ କଳ । ଏଥିପାଇଁ କଟକର ନୂଆ ଜିଲ୍ଲାପାଳ ଆରମ୍ଭ କରିଛନ୍ତି ଅଭିଯାନ । ୨ ଦିନ ମଧ୍ୟରେ ଜିଲ୍ଲାପାଳ ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଗକୁ ଜଣେ ଜଣେ ଦକ୍ଷ ଅଧିକାରୀଙ୍କ ନେତୃତ୍ବରେ ଗଠିତ ଟିମ୍ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସରକାରୀ ସେବା ଯୋଗାଇ ଦେବ ବୋଲି ଜିଲ୍ଲାପାଳ କହିଛନ୍ତି ।  

ଆପତ୍ତି ଅଭିଯୋଗ ଶୁଣାଣି ଏବଂ ସରକାରୀ ସେବା ପାଇଁ ଲୋକେ ଅଫିସ୍ ଧାଇଁବେନି, ଅଫିସ୍ ପହଞ୍ଚିବ ଲୋକଙ୍କ ପାଖରେ । ଦାୟିତ୍ବ ଗ୍ରହଣ ପରେ କଟକର ନୂଆ ଜିଳ୍ଲାପାଳ ଏଦିଗରେ ଆରମ୍ଭ କରିଛନ୍ତି ପଦକ୍ଷେପ । ଲୋକଙ୍କ ନିକଟରେ ସେବା ପହଞ୍ଚାଇବାକୁ ଆରମ୍ଭ ହୋଇଛି ଗୋପଦ ସେବା । ଦୈନିକ ସକାଳ ୮ରୁ ସାଢେ ୯ ଟା ଯାଏ ସହରର ବିଭିନ୍ନ ଅଞ୍ଚଳ ବୁଲିବ ପ୍ରଶାସନିକ ଟିମ୍‌ । ଲୋକଙ୍କ ଆବଶ୍ୟକତାକୁ ସେମାନଙ୍କ ଦ୍ବାର ନିକଟରେ ପୂରଣ ପାଇଁ ଚେଷ୍ଟା କରିବ । ଏଥିପାଇଁ ଜିଳ୍ଲାପାଳ ଏବଂ ସିଏମ୍‌ସି କମିଶନର କ୍ଷେତ୍ରକୁ ଓହ୍ଲାଇଛନ୍ତି । ବିଭିନ୍ନ ଅଞ୍ଚଳ ବୁଲି ପରିମଳ, ଡ୍ରେନେଜ୍ ଓ ଅବ୍ୟବସ୍ଥାତି ଟ୍ରାଫିକ୍ ଅବସ୍ଥା ପରଖିଛନ୍ତି । ପ୍ରଶାସନ ଏବଂ ଲୋକଙ୍କ ଭିତରେ ଦୂରତା ହେଉଛି ବିଭିନ୍ନ ସମସ୍ୟାର କାରଣ ବୋଲି ଜିଳ୍ଲାପାଳ କହିଛନ୍ତି

କଟକ ସହରର ବିଭିନ୍ନ ସମସ୍ୟା ପାଇଁ ଜାଇକା ପ୍ରକଳ୍ପକୁ ଅନେକାଂଶରେ ଦାୟୀ କରାଯାଇପାରେ । ଅବ୍ୟବସ୍ଥିତ ଢଙ୍ଗରେ ହେଉଥିବା ନିର୍ମାଣ କାର୍ଯ୍ୟ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରୁଛି । ଏକଥା ସ୍ବୀକାର କରିଛନ୍ତି ଜିଳ୍ଲାପାଳ ଏବଂ ସିଏମ୍‌ସି କମିଶନର। ତେଣୁ ଯେଉଁଠି ଜାଇକା ପ୍ରକଳ୍ପ କାମ ଜାରି ରହିଛି, ସେଠାରେ ସୂଚନା ଫଳକ ଟାଙ୍ଗିବା ବାଧ୍ୟତାମୂଳକ ବୋଲି ଜିଲ୍ଲପାଳ କହିଛନ୍ତି । ସେହିପରି ଜଣ୍ତିସ ପ୍ରଭାବିତ ଅଞ୍ଚଳରେ ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ସି ଏମ୍‌ସି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଉଥିବା କମିଶନର କହିଛନ୍ତି ।

ଡ୍ରେନ ଜବରଦଖଲ ବିରୋଧରେ ପ୍ରଶାସନ ଜିରୋ ଟଲରାନ୍ସ ନୀତି ଆପଣେଇବ ବୋଲି ସିଏମ୍ ସି କମିଶନର ଏବଂ ଜିଳ୍ଲାପାଳ କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.