ଆଧାର କାର୍ଡରେ ଲାଗୁ ହେଲା ନୂଆ ନିୟମ: ଏହିସବୁ ଭୁଲ ଥିଲେ ବାରମ୍ବାର ବଦଳାଇ ପାରିବେ ନାହିଁ, ଜାଣନ୍ତୁ କ’ଣ

Published By : Prameya-News7 Bureau | September 22, 2019 IST

ନୂଆଦିଲ୍ଲୀ୨୨|୯: ୟୁଆଇଡିଏଆଇ(UIDAI) ଅନୁସାରେ ଏବେ ଆଧାର କାର୍ଡ କୌଣସି ସଂଶୋଧନ ପାଇଁ ନୂଆ ନିୟମ ଜାରି କରାଯାଇଛି। ଆଧାର କାର୍ଡର ନାଁ ଓ ଜନ୍ମ ତାରିଖ ସଂଶୋଧନ ଲାଗି ନାଗରିକମାନେ ବାରମ୍ବାର ଆଧାର କେନ୍ଦ୍ରକୁ ଯାଇଥାନ୍ତି। କିନ୍ତୁ ଆଧାର କାର୍ଡର ଏହି ଦୁଇ ଭୁଲକୁ ବାରମ୍ବାର ସଂଶୋଧନ କରି ପାରିବେ ନାହିଁ। ଏବେ ଆଧାର ନାମାଙ୍କନ ଓ ଅପଡେଟ୍‌ରେ ଏକ ସବ-ରେଗ୍ୟୁଲେସ ଯୋଡ଼ା ଯାଇଛି। ଏହି ନିୟମ ଅନୁସାରେ ଆଧାର କାର୍ଡରେ ଦୁଇଥର ନାଁ ଓ ଗୋଟିଏ ଥର ଜନ୍ମ ତାରିଖ ଆଧାର କେନ୍ଦ୍ରରେ ବଦଳାଇ ପାରିବେ।

ୟୁଆଇଡିଏଆଇ ରେ ଯୋଡ଼ି ହେଇଥିବା ସବ-ରେଗ୍ୟୁଲସ ଅନୁସାରେ ଆଧାର କାର୍ଡରେ ବାରମ୍ବାର ସୁଧାର ଆଣିବା ଲାଗି ନାଗରିକଙ୍କୁ ଲମ୍ବା ପ୍ରକ୍ରିୟା ପୂରଣ କରିବା ପାଇଁ ପଡିବ। ଆର୍ଥିକ ଭାବରେ ଦୁର୍ବଳ ଲୋକଙ୍କୁ ସରକାର ବି.ପି.ଏଲ ସୁବିଧା ଯୋଗାଇଛନ୍ତି। ଏଥିଲାଗି ଆଧାର କାର୍ଡର ଆବଶ୍ୟକ ରହିଛି।

କିପରି ଆଧାର କାର୍ଡର ଠିକଣା(ଆଡ୍ରେସ) ବଦଳାଇବେ ଜାଣନ୍ତୁ

ଆଧାର କାର୍ଡ ଅପଗ୍ରେଡ୍ କରିବ ଲାଗି ପ୍ରଥମେ ୟୁଆଇଡିଏଆଇ ଅଫିସିଆଲି ସାଇଟ୍‌ ଯିବା ପାଇଁ ହେବ। ଡାଟା ଅପଗ୍ରେଡ୍‌ ରିକ୍ୟୁଷ୍ଟ ପୋର୍ଟାଲରେ ଲଗ୍‌ଇନ ହେବା ପରେ ଅପ୍ସନରେ ଥିବା ଏଡ୍ରେସ ଉପରେ କ୍ଲିକ କରିବେ। ଆଡ୍ରେସ ବଦଳାଇ ଲାଗି ପାସପୋର୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟ, ବ୍ୟାଙ୍କ ପାସବୁକ୍, ପୋଷ୍ଟ ଅଫିସ ଆକାଉଣ୍ଟ ପାସବୁକ୍, ରାସନ କାର୍ଡ ଓ ଭୋଟର କାର୍ଡ ଆଦି ପ୍ରମାଣ ପତ୍ର ଆବଶ୍ୟକ। ଏହିସବୁ ପ୍ରମାଣ ପତ୍ରର ଆଟେଷ୍ଟେଡ୍‌ କପି ଓ ଫଟୋ ଅପଲୋଡ କରିବା ପାଇଁ ହେବ।

ଜନ୍ମ ତାରିଖ ଠିକ୍ କରିବା ଲାଗି କେଉଁ କେଉଁ ପ୍ରମାଣ ପତ୍ର ଆବଶ୍ୟକ ଜାଣନ୍ତୁ

ଏଥିଲାଗି ଜନ୍ମ ପ୍ରମାଣ ପତ୍ର, ପ୍ୟାନ କାର୍ଡ, ପାସପୋର୍ଟ, ଜନ୍ମ ତାରିଖର ଫଟୋ ଆଇଡି, କେନ୍ଦ୍ର ସରକାରର ସ୍ବାସ୍ଥ୍ୟ ସେବା ଯୋଜନାର ଫଟୋ କାର୍ଡ ଓ ଶିକ୍ଷାଗତ ଯୋଗ୍ୟତା ଥିବା ନାଗରିକଙ୍କ ସାର୍ଟିଫିକେଟ ଆବଶ୍ୟକ ରହିଛି।

ନାଁ ଠିକ୍ କରିବା ଲାଗି କେଉଁ କେଉଁ ପ୍ରମାଣ ପତ୍ର ଆବଶ୍ୟକ ଜାଣନ୍ତୁ

ଏଥିଲାଗି ପାସପୋର୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟ, ବ୍ୟାଙ୍କ ପାସବୁକ୍, ପୋଷ୍ଟ ଅଫିସ ଆକାଉଣ୍ଟ ପାସବୁକ୍, ରାସନ କାର୍ଡ ଓ ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପି.ଏସ. ୟୁ, ଏନ.ଆର.ଇ. ଜି.ଏସ, ଜାତି ପ୍ରମାଣ ପତ୍ର ଓ ଘର ଠିକଣା ଆବଶ୍ୟକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.