ମେଡିକାଲରେ ମୋବାଇଲ କଟକଣା : ଏଣିକି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ଡାକ୍ତର ଓ ନର୍ସ ନେଇପାରିବେନି ମୋବାଇଲ

Published By : Prameya-News7 Bureau | July 03, 2019 IST

ମାଲକାନଗିରି ୩|୭:  ଏଣିକି ଡାକ୍ତର ଓ ନର୍ସ ମାନେ ମେଡିକାଲର କୌଣସି ଗୁରୁତ୍ବପୂର୍ଣ୍ଣ ବିଭାଗ ଭିତରକୁ ଆଉ ମୋବାଇଲ ନେଇଯାଇପାରିବେ ନାହିଁ । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଏସଏନସିୟୁ ଭିତରେ ଟିକ୍ ଟିକ୍ ଭିଡିଓ ଭାଇରାଲ୍ ହେବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପହଞ୍ଚିବା ପରେ ଡାକ୍ତର ଓ ନର୍ସ ମାନଙ୍କୁ ଫତୁଆ ଜାରି କରିଛନ୍ତି ସିଡିଏମଓ ।

ମେଡିକାଲର ଗୁରୁତ୍ବପୂର୍ଣ୍ଣ ବିଭାଗ ଆଇସିୟୁ, ଏସଏନସିୟୁ, ଓଟି, ଲାବୋରେଟୋରୀ  ଓ ଶିଶୁ ବିଭାଗ ଭିତରକୁ କେହି ମୋବାଇଲ ନେଇଯାଇପାରିବେ ନାହିଁ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଦର ଚିକିତ୍ସାଳୟରେ ଏହି ନିୟମ ଜାରି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଗ୍ରାମାଞ୍ଚଳର ମେଡିକାଲ ଗୁଡିକରେ ମଧ୍ୟ ଜାରି କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.