Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମିଠା ଦୋକାନୀ ହୁସିଆର ! ଅକ୍ଟୋବର ପହିଲାରୁ ବାସି ଓ ଖରାପ ମିଠା ହୋଇପାରିବନି ବିକ୍ରି, ଦୋକାନରେ ଉତ୍ପାଦ ସହ ସୂଚନାର ତାଲିକା ଟାଙ୍ଗିବାକୁ ହେବ

27/09/2020 at 7:44 PM

ଭୁବନେଶ୍ୱର, ୨୭|୦୯:  ମିଠା ଦୋକାନ ପାଇଁ ନୂଆ ନିୟମ । ଏଣିକି ମିଠା ଦୋକାନୀମାନେ ବିକ୍ରୟ କରୁଥିବା ମିଠା ବା ଦୁଗ୍ଧଜାତ ସାମଗ୍ରୀଗୁଡିକ ସମ୍ପର୍କରେ ବିବରଣୀ ରଖିବେ । ଅକ୍ଟୋବର ୧ରୁ ନିୟମ ଲାଗୁ ପାଇଁ ସମସ୍ତ ରାଜ୍ୟର ଖାଦ୍ୟ ନିରାପତ୍ତା  କମିଶନରଙ୍କୁ ଚିଠି ଲେଖି କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛି ।

ଆଉ ବାସି ମିଠା ବିକି ପାରିବେନି ଦୋକାନୀ । କି ମିଠା ଖାଇ ଆପଣଙ୍କୁ ମୁହଁ ଆମ୍ବିଳା କରିବାକୁ ପଡିବିନି ।  କାରଣ ଅକ୍ଟୋବର ୧ରୁ ମିଠା ଦୋକାନ ପାଇଁ ଲାଗୁ ହେବ ନୂଆ ନିୟମ । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫଏସଏସଏଆଇଏହି ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଏଣିକି ବଜାରରେ ଖୋଲାରେ ବିକ୍ରି ହେଉଥିବା ମିଠା ଏବଂ ଦୁଗ୍ଦଜାତ ସମାଗ୍ରୀର ଏକ୍ସପାରୀ ଡେଟ୍ ଜାଣିପାରିବେ ଗ୍ରାହକ । ଦୋକାନରେ ଡିସ୍ ପ୍ଲେ ଜରିଆରେ ଏସବୁ ସାମଗ୍ରୀଗୁଡ଼ିକର ଡେଟ୍ ଅଫ ମାନୁଫାକ୍ଚରିଂ ଏବଂ ବେଷ୍ଟ ବିଫୋର ଡେଟ୍ ରଖିବାକୁ ଦୋକାନି ବାଧ୍ୟ। ଯାହାଦ୍ବାରା ସାଧାରଣ ଗ୍ରାହକ ଠକାମିରେ ପଡ଼ିବେ ନାହିଁ। ଏହାଛଡ଼ା ବିଭିନ୍ନ ପ୍ରକାର ମିଠାର ବ୍ୟବହାର ଉପଯୋଗୀ ସମୟସୀମା ବାବଦରେ ଏଫଏସଏସଏଆଇର ୱେବସାଇଟରେ ମଧ୍ୟ ସୂଚନା ପାଇପାରିବେ ଗ୍ରାହକ । ଯାହାକୁ ସ୍ବାଗତ କରିଛନ୍ତି ଖାଉଟି ।

ଏଫ୍ଏସ୍ଏସ୍ଏଆଇର ଏହି ନିର୍ଦେଶକୁ କଡାକଡି ପାଳନ କରିବାକୁ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ଖାଦ୍ୟ ସୁରକ୍ଷା କମିଶନରଙ୍କୁ ନିର୍ଦେଶ ଦିଆଯାଇଛି । ବଡ ବ୍ୟବସାୟୀ ଏହାକୁ ସ୍ବାଗତ କରିଛନ୍ତି । କିନ୍ତୁ ଏହି ନିୟମ କ୍ଷୁଦ୍ର ମିଠା ବ୍ୟବାସୀଙ୍କୁ ସମସ୍ୟାରେ ପକାଇବ ବୋଲି କହିଛି ପ୍ରସିଦ୍ଧ ପାହାଳ ରସଗୋଲା ବ୍ୟବସାୟୀ ମହାସଂଘ ।ଖୁଦ୍ର ବ୍ୟବସାୟୀଙ୍କ ପାଇଁ ପ୍ୟାକିଂ ଏବଂ ଲେବଲିଂ ବ୍ୟବସ୍ଥା କରାଯାଇ ପାରିଲେ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।

ବାସ୍ତବରେ ଏହି ନିୟମ ଲାଗୁ ହେଲେ ମିଷ୍ଟାନ୍ନ ଦୋକାନଗୁଡ଼ିକର ଖାଦ୍ୟ ସାମଗ୍ରୀ ପ୍ରତି ସାଧାରଣଙ୍କ ଲୋକଙ୍କ ଭରସା ବଢ଼ିବ । କ୍ରେତା, ବିକ୍ରେତା ଆଶ୍ବସ୍ତ ରହିବେ । କିନ୍ତୁ ଏହି ନିୟମ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଉପରେ ନଜର ।

   Related Posts