Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଚାଷୀଙ୍କ ପାଇଁ ଖୁସୀଖବର: ପିଏମ୍‌ କିଷାନ୍‌ ଯୋଜନାରେ ବର୍ଷକୁ ୬୦୦୦ଟଙ୍କା ପାଇବା ଲାଗି ସିଧାସଳଖ ନିଜ ନାଁ କରିପାରିବେ ପଞ୍ଜୀକରଣ

27/09/2019 at 6:43 PM

ନୂଆଦିଲ୍ଲୀ୨୭|୯: ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ପିଏମ୍‌ କିଶାନ ଟଙ୍କା ପାଇବା ପାଇଁ ରାଜ୍ୟ ସରକାରଙ୍କର ତାଲିକା ଦରକାର ନାହିଁ ।ଚାଷୀ ସିଧାସଳଖ ନିଜ ନାଁ ରେଜିଷ୍ଟ୍ରେସନ କଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ।କେତେକ ରାଜ୍ୟ ପିଏମ୍ କିଷାନ ଯୋଜନାରେ ଅର୍ଥ ପାଇବା ପାଇଁ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେବାରେ ମନମାନି କରୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।ଦେଶର ମୋଟ ୧୪ କୋଟିରୁ ଅଧିକ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଲେଖାଏ ଦେବାକୁ ଟାର୍ଗେଟ୍‌ ରହିଛି ।…

ପିଏମ୍‌ କିଷାନ ଟଙ୍କା ପାଇବା ପାଇଁ ଆଉ ଦରକରାର ନାହିଁ ରାଜ୍ୟ ସରକାରଙ୍କର ଚାଷୀ ତାଲିକା । ଏଣିକି ଚାଷୀ ମାନେ ପିଏମ୍‌ କିଷାନ ପୋର୍ଟାଲରେ ଏହି ଅର୍ଥ ପାଇବା ପାଇଁ ସେମାନଙ୍କ ନାଁ ନିଜ ଆଡୁ ରେଜିଷ୍ଟ୍ରେସନ କରିପାରିବେ । ଅବଶ୍ୟ ରେଜିଷ୍ଟ୍ରି ହୋଇଥିବା ନାଁ ଠିକ୍ ଅଛି କି ନାହିଁ ଏବଂ ଆଧାର ଲିଙ୍କ୍ ହୋଇଛି କି ନାହିଁ ସେନେଇ ଯାଞ୍ଚ ହେବ ।

କିନ୍ତୁ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯେଉଁଭଳି ପିଏମ୍ କିଷାନ ଯୋଜନା ଲାଗୁ କରାଇ ଦେଉନାହାନ୍ତି ଏବଂ କିଛି ରାଜ୍ୟ ଚାଷୀ ତାଲିକା ଦେବାରେ ଯେଭଳି ଟାଳଟୁଳ ନୀତି କରୁଛନ୍ତି ତାକୁ କାଉଣ୍ଟର କରିବାକୁ କେନ୍ଦ୍ର ଏଭଳି ଫର୍ମୁଲା କରିଛି ।

 ନିୟମ ଅନୁସାରେ ପିଏମ୍ କିଶାନ ଟଙ୍କା ପାଇବା ପାଇଁ ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ରକୁ ତାଲିକା ପଠାଇବା ପରେ ସେଥିରୁ ଯାଞ୍ଚ ହୋଇ ବର୍ଷକୁ ୬ ହଜାର ଟଙ୍କା ହିସାବରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ।

ନିର୍ବାଚନ ପୂର୍ବରୁ ମୋଦି ସରକାର ଏହି ଯୋଜନା ଲାଗୁ କରିଥିଲେ ।ହେଲେ ଅଣ ବିଜେପି ଶାସିତ ରାଜ୍ୟ ସରକାର ଏହି ଯୋଜନା ଲାଗୁ କରିବାକୁ କେନ୍ଦ୍ରକୁ ସହଯୋଗ କରୁନଥିବାରୁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଛି ।…

ପିଏମ୍‌ କିଷାନ ଯୋଜନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ୩୦ ଲକ୍ଷ ଚାଷୀଙ୍କ ତାଲିକା ପଠାଇଛନ୍ତି । ହେଲେ କାଳିଆ ଯୋଜନାରେ ୫୧ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ବାକି ୨୧ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ପଠାଇବାକୁ ରାଜ୍ୟ ସରକାର ସମୟ ଗଡ଼ାଇ ଚାଲିଛନ୍ତି ।

କେନ୍ଦ୍ର ପକ୍ଷରୁ ଏନେଇ ବାରମ୍ବାର ରିମାଇଣ୍ଡର ପଠାଯାଇଛି । ହେଲେ ରାଜ୍ୟ ସରକାର କହୁଛନ୍ତି ତାଲିକା ଯାଞ୍ଚ ଚାଲିଛି । ବାକି ଚାଷୀଙ୍କ ତାଲିକା ଖୁବଶୀଘ୍ର କେନ୍ଦ୍ରକୁ ପଠାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।…

ପିଏମ୍ କିଷାନ ଯୋଜନାରେ ସାରା ଦେଶରୁ ୧୪ କୋଟି ୫୦ ଲକ୍ଷ ଚାଷୀଙ୍କୁ ଟଙ୍କା ମିଳିବ । । ହେଲେ ଏଥିରେ ବିଜେପି ଫାଇଦା ପାଇବାର ଆଶଙ୍କା ଥିବାରୁ ଅଣ ବିଜେପି ଶାସିତ ରାଜ୍ୟ ସରକାର ମାନେ ଏହାକୁ ଲାଗୁ କରିବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।…

   Related Posts