ମାଟ୍ରିକ ପରୀକ୍ଷା ପାଇଁ ନୂଆ ନିୟମ: ପାସ୍ କରିବାକୁ ହେଲେ ଉଭୟ ସଂକ୍ଷିପ୍ତ ଏବଂ ବିସ୍ତୃତ ପରୀକ୍ଷାରେ ୫୦ ମାର୍କରୁ ଅନ୍ୟୂନ୧୫ ମାର୍କ ଲେଖାଏଁ ରଖିବା ବାଧ୍ୟତାମୂଳକ

Published By : Prameya-News7 Bureau | December 14, 2018 IST

କଟକ ୧୪|୧୨: ବାହାରିଲା ମାଟ୍ରିକ୍‌ପରୀକ୍ଷା ସୂଚୀ । ଏଥର  ଫେବ୍ରୁଆରୀ ୨୨ ରୁ ମାଟ୍ରିକ୍ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଘୋଷଣା କରାଯାଇଛି। ଚଳିତ ବର୍ଷ ପରୀକ୍ଷା ଢାଞ୍ଚାରେ କିଛିଟା ପରିବର୍ତ୍ତନ କରାଯାଇଛି । ଏଥର ସଂକ୍ଷୀପ୍ତ ହେଉକି ଦୀର୍ଘଉତ୍ତର ୧୫ ରଖିବାକୁ ବାଧ୍ୟ।….

ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା ।  ମାର୍ଚ୍ଚ ୮ ତାରିଖ ଯାଏ ଚାଲିବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁଏହି ଘୋଷଣା କରାଯାଇଛି । ପ୍ରଥମ ଦିନ ଫାଷ୍ଟ ଲାଙ୍ଗୁଏଜ୍‌ ମାତୃଭାଷା ଥିବା ବେଳେ ୨୫ରେ ଇଂରାଜୀ ଓ୨୭ ତାରିଖରେ ହିନ୍ଦୀ ଓ ୨୮ ତାରିଖରେ ସଂସ୍କୃତ ପରୀକ୍ଷା ହେବ । ମାର୍ଚ୍ଚ ୨ ତାରିଖରେ ଗଣିତ , ୩ତାରିଖରେ ଭିଜୁଆଲ୍ ଆର୍ଟ ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ । ସେହିପରି ମାର୍ଚ୍ଚ ୬ ତାରିଖରେ ବିଜ୍ଞାନପରୀକ୍ଷା ଓ ମାର୍ଚ୍ଚ ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ରେଗୁଲାର ପରୀକ୍ଷା ଗୁଡିକ ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁଅଧିକ ଅଧଘଣ୍ଟା ସମୟ ଦିଆଯିବ । 

{"id":63650}

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଢାଞ୍ଚାରେ କିଛିଟା ପରିବର୍ତ୍ତନ କରାଯାଇଛି । ଚଳିତ ବର୍ଷ ପରୀକ୍ଷାର୍ଥୀମାନେ କେବଳ ସବଜେକ୍‌ଟିଭ କିମ୍ବା ଅବଜେକ୍ଟିଭ୍‌ ବା ଓଏମ୍ଆରରେପାସ୍‌ ମାର୍କ ରଖି ପାସ୍‌ କରିପାରିବେ ନାହିଁ । ପାସ୍‌ କରିବାକୁ ହେଲେ ଉଭୟ ସଂକ୍ଷିପ୍ତ ଏବଂ ବିସ୍ତୃତପରୀକ୍ଷାରେ ୫୦ ମାର୍କରୁ ୧୫-୧୫ ମାର୍କ ରଖିବା ବାଧ୍ୟତାମୂଳକ । ଏହାସହ ଚଳିତ ବର୍ଷ ୩ଟି ପ୍ରଶ୍ନପତ୍ରସେଟ୍‌ ବଦଳରେ ୪ଟି ପ୍ରଶ୍ନପତ୍ର ସେଟ୍‌ ବ୍ୟବସ୍ଥା କରାଯାଇଛି । ମାଟ୍ରିକ୍‌ ରେଗୁଲାର ପରୀକ୍ଷାସହ ମଧ୍ୟମା ପରୀକ୍ଷା ମଧ୍ୟ ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ସରିବ । ସେହିପରିଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ମଧ୍ୟ ଫେବ୍ରୁଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖପର୍ଯ୍ୟନ୍ତ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.