Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଡିସେମ୍ବର ୧ ତାରିଖରୁ ସୁନା ଗହଣା ପାଇଁ ଲାଗୁ ହେବ ନିୟମ, ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ

30/11/2021 at 8:50 PM

ନୂଆଦିଲ୍ଲୀ ୩୦/୧୧ : ଭାରତରେ ସୁନାରେ ବିନିଯୋଗ କରିବା ସବୁଠାରୁ ଠିକ ଏବଂ ସୁରକ୍ଷିତ ବୋଲି କୁହାଯାଏ। ଅନେକ ପର୍ବପର୍ବାଣି ଓ ବିବାହ ଆଦିରେ ସୁନା କିଣା ଯାଇଥା।| ଅନେକ କ୍ଷେତ୍ରରେ ବ୍ୟବସାୟୀ ଗ୍ରାହକଙ୍କୁ ଅସଲି ସୁନା ବଦଳରେ ଅଶୁଦ୍ଧ ସୁନା ଦେଇଦେଇଥାନ୍ତି ଏବଂ ପୁରା ଟଙ୍କା ନେଇଯାଇଥାନ୍ତି। ତେବେ ଗତ କିଛି ବର୍ଷ ହେଲା ଗହଣାର ଶୁଦ୍ଧତା ପାଇଁ ହଲମାର୍କ ବ୍ୟବହାର କରାଯାଉଛି। ଏବେ ସରକାର ଏହାକୁ ଅନିବାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେପରି ସାଧାରଣ ଜନତାଙ୍କୁ ଏହାର ଫାଇଦା ମିଳିବ। ଡିସେମ୍ବର ୧ ତାରିଖରୁ ସୁନା ଗହଣା ସମ୍ବନ୍ଧୀୟ ଏକ ନୂଆ ନିୟମ ଲାଗୁ ହେବ। ଗହଣା ବ୍ୟବସାୟୀ ଏହି ନିୟମ ପାଳନ ନ କଲେ ଜେଲ ହୋଇପାରେ।

ସୁନା ବ୍ୟବସାୟୀଙ୍କୁ ନଭେମ୍ବର ୩୦ ଯାଏଁ ଆଶ୍ବସ୍ତି ଦିଆଯାଇଥିଲା। ୧ ତାରିଖ, ଆସନ୍ତାକାଲି ଠାରୁ ହଲମାର୍କ ନିୟମ କଡାକଡି ଭାବେ ପାଳନ କରିବାକୁ ହେବ। ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶରେ ୨୫୬ ଜିଲ୍ଲା ହଲମାର୍କ ଅନିବାର୍ଯ୍ୟ କରାଯାଇଛି। ଯେଉଁ ଗହଣା ବ୍ୟବସାୟୀଙ୍କ ଟର୍ଣ୍ଣଓଭର ୪୦ ଲକ୍ଷରୁ ଅଧିକ କିମ୍ବା ପଞ୍ଜିକୃତ ସେମାନଙ୍କ ଦୋକାନର ପ୍ରତ୍ୟେକ ଗହଣାରେ ହଲମାର୍କ ଥିବା ଆବଶ୍ୟକ।

ଏହାସହ ବିକ୍ରି ହେଉଥିବା ସମସ୍ତ ଗହଣାରେ ହଲମାର୍କ ଅନିବାର୍ଯ୍ୟ। ଗହଣା ବ୍ୟବସାୟୀଙ୍କ ପାଇଁ କିଛି ଗାଇଡଲାଇନ ମଧ୍ୟ ତିଆରି କରାଯାଇଛି। ସବୁଠାରୁ ଜରୁରୀ ହେଲା ଦୋକାନ ବାହାରେ ଏକ ଡିସପ୍ଲେ ବୋର୍ଡ ରହିବା ଦରକାର ଯେଉଁଥିରେ ଲେଖାଯାଇଥିବ ଯେ ଏହି ଦୋକାନରେ ହଲମାର୍କ ଗହଣା ମିଳେ। ଏହା ବ୍ୟତୀତ ଗ୍ରାହକଙ୍କୁ ହଲମାର୍କ ଦେଖାଇବା ପାଇଁ 10x ଗ୍ଲାସ ଏବଂ ହଲମାର୍କିଂ ଚାର୍ଜ ବିଷୟରେ ଲିଖିତ ଭାବରେ ଦୋକାନରେ ସୂଚନା ଦେବା ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିବା ବାଧ୍ୟତାମୂଳକ। ଏହା ବ୍ୟତୀତ ପ୍ରତ୍ୟେକ ଦୋକାନ ଭିତରେ BIS ନମ୍ବର ଏବଂ ଠିକଣା ଡିସପ୍ଲେ କରିବା ଜରୁରୀ।

   Related Posts