କାରଗୁଡିକରେ ଏଥର ଲାଗିବ ନୀଳ ଓ କମଳା ରଂଗର ଷ୍ଟିକର, ନିୟମ ଜାରି କଲେ ସରକାର

Published By : Prameya-News7 Bureau | June 28, 2019 IST

ନୂଆଦିଲ୍ଲୀ୨୮|୬: ଯାନବାହନ ଇନ୍ଧନ ଜନିତ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି ।  ଯାନ ବାହାନର ତୈଳ ଆଧାରରେ କଲର କୋର୍ଡ ହଲୋଗ୍ରାମ   ଲଗାଇବା ପାଇଁ ସବୁ ରାଜ୍ୟକୁ ଆଡଭାଇଜରୀ ଜାରି କରିଛି ମନ୍ତ୍ରଣାଳୟ ।

ଗତ ବର୍ଷ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ନେଇ ଏକ ପିଟିସନ ଉପରେ ଶୁଣାଣି  ସମୟରେ ଏହି ରଂଗିନ ଷ୍ଟିକର ସମ୍ବନ୍ଧରେ ଆଲୋଚନା ହୋଇଥିଲା। ପେଟ୍ରୋଲ ଓ ସିଏନଜି ଗାଡିରେ ନୀଳ ରଂଗ ଓ ଡିଜେଲ ଗାଡିରେ କମଳା ରଂଗର ଷ୍ଟିକର ଲଗାଇବା ପାଇଁ  ଅଦାଲତ ପରାମର୍ଶ ଦେଇଥିଲେ। ଫଳରେ ମନ୍ତ୍ରାଳୟ ଆଡଭାଇଜରି ଜାରି କରି କହିଛନ୍ତି ଯେ, ଏହି ହଲୋଗ୍ରାମ “କ୍ରୋମିୟମ ବେସ୍‌ଡ ସେଲ୍‌ଫ ଡେଷ୍ଟ୍ରକ୍ଟିଭ ଟାଇପ” ଷ୍ଟିକର ହେବ। ଏହାର ବ୍ୟାକ୍‌ଗ୍ରାଉଣ୍ଡ ରଂଗ କମଳା ହେବ । ଦିଲ୍ଲୀରେ ନୂଆ ଗାଡି ଗୁଡିକରେ ନୀଳ ଓ କମଳା ରଂଗର ଷ୍ଟିକର ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଦିଲ୍ଲୀ ଏନସିଆରରେ ଚାଲୁଥିବା ଗାଡିରେ ପ୍ରଥମେ ଏହି ରଂଗୀନ ଷ୍ଟିକରର ପ୍ରକ୍ରିୟା ଲାଗୁ କରିବାକୁ  ପୂର୍ବରୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସହ କଇଲେକ୍ଟ୍ରିକ୍‌ ଓ ହାଇବ୍ରିଡ ଗାଡି ପାଇଁ ସବୁଜ ରଂଗ ନମ୍ବର ପ୍ଲେଟ୍‌ ଲଗାଇବାକୁ ମଧ୍ୟ ଅଦାଲତ କହିଥିଲେ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ନେଇ ଅଲଗା ଅଲଗା ରଂଗର ଷ୍ଟିକର ପ୍ରକ୍ରିୟା ଆରମ୍ଭ କରିବାକୁ ଆଲୋଚନା ହୋଇଥିଲା। ଏଥିରୁ ଦୂରରୁ ଜଣା ପଡିବ ଯେ ଗାଡିରେ କେଉଁ ତୈଳର ବ୍ୟବହାର କରାଯାଉଛି।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.