ସଟ୍‌ଡାଉନ୍‌ ହଟିବା ପରେ ଭଦ୍ରକ ଜିଲ୍ଲା ପ୍ରଶାସନର ନୂଆ କଟକଣା

Published By : Prameya-News7 Bureau | April 26, 2020 IST

ଭଦ୍ରକ୨୬/୪: ସଟ୍‌ଡାଉନ୍ ହଟିବା ପରେ ଭଦ୍ରକରେ ଲାଗୁ ହେଲା ନୂଆ କଟକଣା। ସକାଳ ୫ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନା- ବଜାର ଖୋଲିବା ଲାଗି ଭଦ୍ରକ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି। ଏହି ନିର୍ଦ୍ଧାରିତ ସମୟରେ ପାଥୋଲ୍ୟାବ୍‌, ଗ୍ରସରି ଦୋକାନ, ବ୍ରେଡ଼ , ଅତ୍ୟାବଶ୍ୟକୀୟ ଖାଦ୍ୟ ଦ୍ରବ୍ୟ, ପନିପରିବା, ଆମିଷ ବଜାର ( ବୁଧ, ଶୁକ୍ର  ଏବଂ ରବିବାର ଖୋଲା ରହିବ ), ପଶୁଖାଦ୍ୟ, ବହି ଦୋକାନ, ଗ୍ୟାସ ଏଜେନ୍ସି, ପରିବହନ କୃଷି ଉପକରଣ ମରାମତି ଦୋକାନ, ସିମେଣ୍ଟ, ରଡ଼, ଚିପ୍ସ , ଘର ତିଆରି ସାମଗ୍ରୀ, ହାର୍ଡୱେର ଦୋକାନ, ବିଦ୍ୟୁତ ସାମଗ୍ରୀ ( ଫ୍ୟାନ୍, ଲାଇଟ ବିକ୍ରୟ ) ମରାମତି ଦୋକାନ, ମୋବାଇଲ ରିଚାର୍ଜ, ବିଦ୍ୟୁତ ଉପକରଣ ମରାମତି, ଅଟୋମୋବାଇଲ ପାର୍ଟସ, ବାଇକ ଗ୍ୟାରେଜ / ସାଇକେଲ ମରାମତି ଦୋକାନ, ଜେରକ୍ସ ଚାଷ ଜନିତ ପ୍ରୋସେସିଂ ଏବଂ ସର୍ଭିସ ସେଣ୍ଟର ଆଦି ଖୋଲା ରହିବ।

ସେହିପରି ସକାଳ ୬ଟା ରୁ ରାତି ୧୦ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ (କେବଳ ପାର୍ଶଲ ) ଏବଂ ଔଷଧ ଦୋକାନ  ଖୋଲା ରହିବ। ସକାଳ ୬ଟା ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ, ଫଳ ଦୋକାନ ଏବଂ କ୍ଷୀର ଦୋକାନ ଆଦି ଖୋଲା ରହିବ। ଏହା ସହ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ଓ ହେଲଥ ଇନ୍‌ଷ୍ଟିଚ୍ୟୁଟ ମୋଟର ସାଇକେଲ ଚାଳକଙ୍କୁ ଅନୁମତି ମିଳିଛି।

ତେବେ କଣ କଣ ବନ୍ଦ ରହିବ। ଚାହା ଦୋକାନ , ଫୂଡ଼ ଷ୍ଟଲ , ହୋଟେଲ , ସୁନା ଗହଣା ଦୋକାନ , ବ୍ୟୁଟି ପାର୍ଲର , ସେଳୁନ, ଜିମ, ଫାଷ୍ଟଫୁଡ଼ , ଲୁଗା ଦୋକାନ , ମଲ , ପାନ ଏବଂ ଗୁଟୁଖା ଦୋକନା ଆଦି ବନ୍ଦ ରହିବ। ସେହିପରି ଭିଡ ନ କରି ହୋମ୍ ଡେଲିଭରୀ ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ଶିଶୁ ଓ ବୃଦ୍ଧ , ବୃଦ୍ଧାଙ୍କୁ ବାହାରକୁ ନଆସିବା ପାଇଁ ଅନୁରୋଧ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.