ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି କିଛି ତାଗିଦ ଭରା ଗୁରୁମନ୍ତ୍ର
13/11/2019 at 8:57 PM

ଭୁବନେଶ୍ୱର ୧୩।୧୨- ୨ ଦିନରୁ ଛୁଟିରେ ଗଲେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇକି ଯିବ। ୨ ମାସରେ ଥରେ ଆକ୍ଟିଭିଟି ରିପୋର୍ଟ। ବିଧାନସଭା ବିତର୍କରେ କେତେ ଭାଗ ନେଉଛ କେତେ ଉପସ୍ଥିତ ରହୁଛ ଏବେ ସବୁ ନଜର ରଖିବେ ନବୀନ।ବିଜେଡିର ନୂଆପୁରୁଣା ବିଧାୟକମାନଙ୍କୁ ଆଜି ଏମିତି କିଛି ଜଣାଇଛନ୍ତି ଦଳର ସୁପ୍ରିମୋ ।

ମନ୍ତ୍ରୀମାନେ ମାସକୁ ଥରେ । ବିଧାୟକଙ୍କ ୨ ମାସକୁ ଥରେ। ମାନେ ମନ୍ତ୍ରୀମାନେ ଯେମିତି ନିଜ ନିଜ କାର୍ଯ୍ୟର ରିପୋର୍ଟ କାର୍ଡ ପ୍ରତି ୭ ତାରିଖରେ ଦେଉଛନ୍ତି ଏବେ ବିଧାୟକମାନେ ପ୍ରତି ଦୁଇମାସରେ ନିଜ ରିପୋର୍ଟ ଦଳ ସୁପ୍ରିମୋଙ୍କୁ ଦେବେ। ଆଜି ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାୟକମାନଙ୍କୁ ଦେଇଛନ୍ତି କିଛି ତାଗିଦ ଭରା ଗୁରୁମନ୍ତ୍ର । ୧- ଏଣିକି ବିଧାନସଭାରେ ଯେମିତି ନିଶ୍ଚିତ ଭାବେ ଉପସ୍ଥିତ ରହିବେ ।

ଦୁଇ ଦିନରୁ ଅଧିକ ଛୁଟିରେ ଗଲେ ନବୀନଙ୍କ ଅନୁମିତି ନେବେ । ସବୁ ବିଧାୟକ ବିତର୍କରେ ଭାଗ ନିଅନ୍ତୁ। ନୂଆ ବିଧାୟକଙ୍କ କାର୍ଯ୍ୟ ଉପରେ ସେ ନିଜେ ନଜର ରଖିବେ। ତା ଛଡ଼ା ବିଧାୟକଙ୍କ ଉପସ୍ଥାନ ବିଷୟରେ ଜଣାଇବାକୁ ସେ ସରକାରୀ ମୁଖ୍ୟ ସଚେତକଙ୍କୁ ଦାୟିତ୍ବ ଦେଇଛନ୍ତି । ଏସବୁ କାମପାଇଁ ଏକ ୪ ଜଣିଆ କମିଟି ବି ଗଠନ କରିଛନ୍ତି । ଯେଉଁଥିରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ପ୍ରସାଦ ଶତପଥୀ, କିଶୋର ମହାନ୍ତି ସଦସ୍ୟ ଅଛନ୍ତି । ଏହି କମିଟି ୧୦ ଦିନ ମଧ୍ୟରେ ନବୀନଙ୍କୁ ରିପୋର୍ଟ ଦେବ।

ନବୀନଙ୍କ ଏଭଳି ପରାମର୍ଶ ବିରୋଧିଙ୍କୁ ହଜମ ହେଉନି। କାନକୁ ଭଲ ଶୁଣାଯାଉଥିଲେ ବି କାମଟା ଯେ ଠିକ୍ ଠାକ୍ ଚାଲିବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ଯଦି ହୁଅନ୍ତା ତାହାଲେ ସିମ୍ପଲ ଲିଭିଙ୍ଗ ଓ ହାଇ ଥିଙ୍କିଙ୍ଗ ନେଇ ନବୀନ ଯେଉଁ ପରାମର୍ଶ ଦେଇଥିଲେ ତାହାର ପ୍ରଭାବକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ବିଜେଡି ବିଧାୟକଙ୍କ ବଡ ଗାଡି ସଉକ, ହାଇ ପ୍ରୋଫାଇଲ ଲାଇଫ ଷ୍ଟାଇଲକୁ ନେଇ ସେମାନେ ଇଙ୍ଗିତ କରିଛନ୍ତି। ପ୍ରଶ୍ନ କରିଛନ୍ତି, ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନେ ତାଙ୍କ ବିଭାଗ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦେଶ ଦେଇଥିଲେ ତାହାର ଫଳାଫଳ କଣ ?
ନବୀନ କହିଛନ୍ତି, ବିଜେପୁର ଉପନିର୍ବାଚନର ବିଶାଳ ବିଜୟ ଆମକୁ ଅଧିକ ପରିଶ୍ରମ କରିବାକୁ ପ୍ରୋତ୍ସାହିତ କରିବା ସହ ଦୁର୍ନୀତି ଠାରୁ ଦୂରେଇ ରହିବାକୁ ସଙ୍କେତ ଦେଇଛି ।