ସ୍ଥଗିତ ଅଲିମ୍ପିକ ଲାଗି ମେ ମାସରେ ପ୍ରସ୍ତୁତ ହେବ ନୂଆ ରୋଡ ମ୍ୟାପ୍
16/04/2020 at 9:37 PM

ଟୋକିଓ : କରୋନା ମହାମାରୀ ଲାଗି ସ୍ଥଗିତ ହୋଇଥିବା ଅଲିମ୍ପିକ୍ ଆୟୋଜନ ନିମନ୍ତେ ଆଗମୀ ମେ ମାସରେ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ ହେବ। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(ଆଇଓସି) ସହ ଆୟୋଜନ କର୍ତ୍ତା ଗୁରୁବାର ଟେଲି କନଫରେନସିଂରେ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି। ଏ ନେଇ ଟୋକିଓ-୨୦୨୦ ଏକ ବୟାନ ଜାରି କରିଥିବା ବେଳେ ୨୦୨୧ରେ ହେବାକୁ ଥିବା ଅଲିମ୍ପିକ ଆୟୋଜନର ବିବରଣୀ ଏବେ ଯାଞ୍ଚ ହେଉଥିବା କହିଛନ୍ତି। ଏଣୁ ମେ ମାସରେ ଟୋକିଓ ଅଲିମ୍ପିକ୍ ଲାଗି ନୂଆ ରୋଡମ୍ୟାପ୍ ଜାରି ହୋଇପାରେ।
ଆଅଓସିଙ୍କ ଏହି ବୈଠକରେ ସମନ୍ୱୟ ଆୟୋଗ ଅଧ୍ୟକ୍ଷ ଜନ କୋଟସ୍, ଅଲିମ୍ପିକ କ୍ରିଡାର କାର୍ଯ୍ୟକାରୀ ନିର୍ଦ୍ଦେଶକ କ୍ରିଷ୍ଟୋଫ ଦୁବୀ, ଟୋକିଓ ୨୦୨୦ର ସଭାପତି ୟୋସିରୋ ମୋରି ଓ ସିଇଓ ତୋସିରୋ ମୁଟୋ ଆଦି ଯୋଗଦେଇଥିଲେ। ଟୋକିଓ ୨୦୨୦ର ସଭାପତି ତଥା ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ମୋରି ଏହି ପଦକ୍ଷେପ ଆଗାମୀ ଦିନରେ ଆମ ଲାଗି ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି। ସଫଳ କ୍ରିଡା ଆୟୋଜନ ସୁନିଶ୍ଚିତ କରିବାକୁ ଆମେ ସମସ୍ତ ପକ୍ଷଙ୍କ ସହ ମିସି କାମ କରିବୁ ବୋଲି ମୋରି କହିଛନ୍ତି।
ବୈଠକରେ ଜାପାନ ପକ୍ଷରୁ ଆୟୋଜନ ସ୍ଥଳର ମାଲିକ ଓ ଆୟୋଜନକର୍ତ୍ତାଙ୍କୁ ୨୦୨୧ରେ ସେମାନେ ନୂଆ ତାରିଖ ଅନୁସାରେ କ୍ରିଡାର ଆୟୋଜନ ଲାଗି ନିବେଦନ କରିବେ କି ବୋଲି ଆଲୋଚନା କରାଯାଇଥିଲା। ଏଥିରେ ସମସ୍ତ ପକ୍ଷ ସମହମତ ହୋଇଥିବା ବୈଠକର ନିଷ୍କର୍ଷରୁ ଜଣାପଡିଛି।