ଏବେ କ୍ୟାନସରକୁ ମୂଳରୁ ନାଶ କରିବାରେ ମିଳିବ ସଫଳତା : ବୈଜ୍ଞାନିକମାନେ ଖୋଜି ପାଇଲେ ଏକ ଖାସ୍ ଭାଇରସ୍
12/11/2019 at 3:04 PM

ସାଧାରଣତଃ ବିଶ୍ବରେ ୧୦୦ରୁ ଅଧିକ ପ୍ରକାରର କ୍ୟାନସର ଦେଖାଯାଇଥାଏ। ଏହା ବିଶେଷ କରି ତୃତୀୟ ଏବଂ ଚତୁର୍ଥ ଷ୍ଟେଜରେ ଜଣା ପଡ଼ିଥାଏ ଯାହାକୁ ଠିକ୍ କରିବାର ସମ୍ଭାବନା ବହୁତ କମ୍ ଥାଏ।
ନିକଟରେ ବୈଜ୍ଞାନିକମାନେ କ୍ୟାନସରକୁ ମୂଳରୁ ନଷ୍ଟ କରୁଥିବା ଭାଇରସ୍ ଭ୍ୟାକ୍ସିନିଆ ସିଏଫ-୩୩କୁ ଖୋଜି ପାଇବାର ଦାବି କରିଛନ୍ତି। ଏହି ଭାଇରସ୍ ସାଧାରଣତ ଲୋକଙ୍କଠାରେ ହେଉଥିବା ଥଣ୍ଡା,କାଶର କାରଣ ହୋଇଥାଏ।
ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଥିଲେ ଯେ ଭ୍ୟାକ୍ସିନିଆ ସିଏଫ-୩୩ ଆସିବା ପରେ କ୍ୟାନସର ସେଲ୍ ଧୀରେ ଧୀରେ ସଙ୍କୁଚିତ ହେଉଛି ଏବଂ ଶେଷରେ ଅତ୍ୟନ୍ତ ଛୋଟ ଆକୃତିର ରହି ଯାଉଛି।
ଜଣେ ବୈଜ୍ଞାନିକ ଏହି ଭାଇରସକୁ କାଓପକ୍ସ ନାମକ ଭାଇରସରୁ ପ୍ରସ୍ତୁତ କରିଛନ୍ତି। ପ୍ରକୃତରେ, କାଓପକ୍ସ ନାମକ ଭାଇରସ୍ ମନୁଷ୍ୟଙ୍କ ଉପରେ କୌଣସି ପ୍ରକାରର କୁପ୍ରଭାବ ପକାଇନଥାଏ। ଏହା ପରେ ସେ କାଓପକ୍ସ ଭାଇରସରେ ଅନ୍ୟ ଭାଇରସ୍ ମିଶାଇ ମୂଷାର ଟ୍ୟୁମରରେ ଟେଷ୍ଟ କରିଥିଲେ। ଏହା ପରେ ଟ୍ୟୁମରରେ ଥିବା କ୍ୟାନସର ସେଲ ଧୀରେ ଧୀରେ ଛୋଟ ହୋଇଯାଇଥିଲା ଏବଂ ଏଗୁଡ଼ିକର ବୃଦ୍ଧି ବନ୍ଦ ହୋଇ ଯାଇଥିଲା।