ତାଲିବାନ ସହ ମିଶିଗଲା ଆଫଗାନି ସେନା ! ରିପୋର୍ଟ ବଢାଇଲା ଚିନ୍ତା

Published By : Prameya-News7 Bureau | September 09, 2021 IST

କାବୁଲ ୦୯।୦୯: ଆଫଗାନିସ୍ତାନରେ ଖୁବଶୀଘ୍ର ସରକାର ଗଢିବ ତାଲିବାନ । ଏଥିପାଇଁ ପ୍ରଧାନମନ୍ତ୍ରୀ , ଉପ-ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ନାମ ଘୋଷଣା ହୋଇସାରିଛି । କିନ୍ତୁ ଏହାପୂର୍ବରୁ ଆଫଗାନିସ୍ତାନୀ ସେନାଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି । ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ କୁଆଡ଼େ ଗଲେ ଦେଶର ସେନାବାହିନୀ ? ସମସ୍ତ ଆଫଗାନୀ ସୈନ୍ୟ ଦେଶ ଛାଡିଦେଇଛନ୍ତି ନା ତାଲିବାନ ସଂଗଠନରେ ମିଶିଛନ୍ତି । ଏବେ ଆଫଗାନୀ ସେନାଙ୍କୁ ନେଇ ଏକ ରିପୋର୍ଟ ଆସିଛି । ବହୁ ପରିମାଣର ସୈନିକ ଏବେ ତାଲିବାନ ସରକାରରେ ସାମିଲ ହୋଇଛନ୍ତି ବୋଲି ରିପୋର୍ଟ ଆସିଛି ।

ସେହିପରି ମିଡିଆ ରିପୋର୍ଟ ଅନୁଯାୟୀ, ସୈନିକମାନେ ନିର୍ଯ୍ୟାତନା ଭୟରେ ଆଫଗାନିସ୍ତାନ ଛାଡିଦେଇଛନ୍ତି । କିଛି ସୈନ୍ୟ ପଞ୍ଜିଶୀରର ରେସିଟାନ୍ସ ଦଳ ସହିତ ମିଶିଛନ୍ତି । କିନ୍ତୁ ଆଫଗାନିସ୍ତାନ ଦଖଲ ପରେ ସମସ୍ତ ସୈନ୍ୟଙ୍କୁ କ୍ଷମା ଦିଆଯାଇଛି ବୋଲି ଘୋଷଣା କରିଥିଲେ ତାଲିବାନ ।

ସେହିପରି କିଛି ଦିନ ତଳେ ଭାଇରାଲ ହୋଇଥିବା ଫଟୋକୁ ବିଶ୍ଲେଷଣ କରି ୟୁକେ ସେନା କହିଛି ଯେ,ତାଲିବାନ ଏବେ ଯେଉଁ ଷ୍ଟାଇଲ୍‌ରେ ବନ୍ଧୁକର ବ୍ୟବହାର କରୁଛନ୍ତି ବା ଧରୁଛନ୍ତି ତାହା କେବଳ ଆମେରିକା ଓ ୟୁକେ ସେନା ବ୍ୟବହାର କରିଥାନ୍ତି । ଆମେରିକା ଓ ୟୁକେ ସେନା ଦ୍ୱାରା ଯେଉଁ ଆଫଗାନି ସେନାଙ୍କୁ ଟ୍ରେନିଂ ଦିଆଯାଉଥିଲା ସେମାନେ ଏବେ ତାଲିବାନ ସହିତ ମିଶିଛନ୍ତି ବୋଲି ଅନୁମାନ କରାଯାଉଛି ।

ବ୍ରିଟେନ୍‌ର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ମୁତାବିକ, ସେନା ବାହିନୀଙ୍କୁ ବନ୍ଧୁକ ଧରିବା ପାଇଁ ଟ୍ରେନିଂ ଦିଆଯାଇଥାଏ । ସେମାନେ ଟ୍ରେନିଂ ଅନୁସାରେ ବନ୍ଧୁକକୁ ହିଁ ଧରିଥାନ୍ତି ।  ଉପଯୁକ୍ତ ଟ୍ରେନିଂ ନପାଇଲେ ବନ୍ଧୁକଙ୍କୁ ଠିକ୍‌ ଭାବେ ଚାଳନା କରିପାରିବ ନାହିଁ ବୋଲି କହିଛନ୍ତି । ତେଣୁ ଆଫଗାନିସ୍ତାନରେ ଯେଉଁମାନେ ବନ୍ଧୁକ ଧରୁଛନ୍ତି । ପ୍ରାୟତଃ ସେନାବାହିନୀ ଧରିବା ଭଳି ଅନୁମାନ କରାଯାଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.