ଆସିଲା ନୂଆ ରେନଲ୍ଟ କ୍ୱିଡ୍‌ର ସ୍ପୋର୍ଟିଲୁକ ଫଟୋ, ଜାଣନ୍ତୁ କେବେ ହେବ ଲଞ୍ଚ

Published By : Prameya-News7 Bureau | September 23, 2019 IST

ନୂଆଦିଲ୍ଲୀ:  ରେନଲ୍ଟ ଟ୍ରାଇବରର ଲଞ୍ଚ ପରେ ଏବେ ଏଣ୍ଟ୍ରି ଲେଭଲ କ୍ୱିଡ୍ ର ‘ଫେସଲିଫ୍ଟ’ ଅବତାର ଲଞ୍ଚ ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି।  ଏଥିନିମନ୍ତେ  ଇଣ୍ଟରନେଟ୍‌ରେ ଏବେ ରେନଲ୍ଟ  ନୂଆ କାରର ଏକ୍ସଟେରିୟର ଫଟୋ ବି ଆସିସାରିଲାଣି। ଏହି ଗାଡ଼ିକୁ କମ୍ପାନୀ ଖୁବ୍ ନିକଟରେ ଲଞ୍ଚ କରିବ ବୋଲି ଜଣାପଡିଛି। ଏହି ଅପଡେଟ୍ ମଡେଲ ବଜାରକୁ ଆସିଲେ ମାରୁତି ଏସ-ପ୍ରେସୋ ସହ ଟକ୍କର ନେବ। କ୍ୱିଡ୍ ଫେସଲିଫ୍ଟର ଟପ ମଡେଲକୁ କମ୍ପାନୀ ସେପ୍ଟେମ୍ବର ୩୦ ତାରିଖରେ ଲଞ୍ଚ କରିବ। 

ରେନଲ୍ଟ ନୂଆ କ୍ୱିଡ୍‌ ମଡେଲର ଫିଚ୍‌ର୍ସରେ ପରିବର୍ତ୍ତନ ହୋଇଛି। K-ZE EV ମଡ଼େଲ ସହ Reno quid ପ୍ରାୟ ସମାନ ଭଳି ଦେଖାଯାଉଛି। ଟ୍ରେଣ୍ଡକୁ ଲକ୍ଷ୍ୟକରି କାରର ହେଡ୍‌ ଲ୍ୟାମ୍ପସ୍ ଏଲଇଡି ଡେ ଟାଇମ ରନିଙ୍ଗ ଲାଇଟ୍ସ ବି ରହିଛି। ଏହା ବ୍ୟତୀତ ହନିକମ୍ବ ମେସ ଗ୍ରିଲ ବଦଳରେ ନୂଆ ଗ୍ରିଲ ସହ ଟ୍ରିପଲ ସ୍ଲେଟ୍ ଦିଆଯାଇଛି। ଡିଜାଇନ ପରିବର୍ତ୍ତନ ଯୋଗୁ ଗାଡିର ଲୁକ୍ ଅଧିକ ସ୍ପୋର୍ଟି ହୋଇପାରିଛି। ଫେସଲିଫ୍ଟ ମଡେଲର ରିୟର ମଧ୍ୟ ପରିବର୍ତ୍ତନ ହୋଇଛି। ନୂଆ ରିୟରରେ ଟେଲଲାଇଟ୍ସ ସହ ଭର୍ଟିକାଲି ଷ୍ଟ୍ୟାକଡ୍‌ ରିଫ୍ଲେକ୍ଟର୍ସ ମଧ୍ୟ ରହିଛି। 

ରେନୋ କ୍ୱିଡ୍‌ ନୂଆ ମଡେଲର ଉପକରଣ ମଧ୍ୟ ତିଆରି ସରିଛି। ଏଥିରେ ନୂଆ ୮-ଇଞ୍ଚ୍‌ ଟଚସ୍କ୍ରିନ ଇନୋଫୋଟେନମେଣ୍ଟ ସିଷ୍ଟମ ସାଙ୍ଗକୁ  ଆଧୁନିକ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ ଦିଆଯାଇଛି। ପାୱାର ସ୍ପେସିଫିକେଶନସ୍‌  କଥା ଯଦି କୁହାଯାଏ ତେବେ ନୂଆ ମଡେଲ ୫୩ ବିଏଚପିର ଥ୍ରୀ ସିଲିଣ୍ଡର ୮୦୦ ସିସି ଇଞ୍ଜିନ ରହିଛି।  ୫-ସ୍ପିଡ୍‌ ମ୍ୟାନୁଆଲ ବ୍ୟତୀତ ଏକ ଅଟୋମେଟିକ୍ ୟୁନିଟ୍ ମଧ୍ୟ ଦେଇପାରେ ବୋଲି ଅନୁମାନ କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.