Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାରେ ବେହାଲ ମହାରାଷ୍ଟ୍ର: ଗୋଟିଏ ଦିନରେ ଚିହ୍ନଟ ହେଲେ ୭୦୦୦ରୁ ଅଧିକ ସଂକ୍ରମିତ, ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

4/07/2020 at 10:01 PM

ମୁମ୍ବାଇ ୦୪।୦୭: ଦେଶର ସବୁଠୁ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂତନ କେସ୍ ସାମ୍ନାକୁ ଆସୁଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ୭,୦୭୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୨୯୫ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପି ୨, ୦୦, ୦୬୪ରେ ପହଞ୍ଚିଛି। ଅଦ୍ୟାବଧି ରାଜ୍ୟରେ କରୋନା କାରଣରୁ ୮,୬୭୧ ଜଣ ପ୍ରାଣ ହରାଇ ସାରିଛନ୍ତି।

ଜୁଲାଇ ୩ରେ ମହାରାଷ୍ଟ୍ରର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୯୨,୯୦୦ ରହିଥିଲା। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୮୩,୨୯୫ ରହିଛି। ମୁମ୍ବାଇରେ ମୋଟ୍ ରୋଗୀଙ୍କ ସଂଖ୍ୟା ୮୩,୨୩୭ ରହିଛି। ମୁମ୍ବାଇରେ ଏ ପର୍ଯ୍ୟନ୍ତ ୪୮୩୦ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଅନ୍ୟପକ୍ଷେ ଶନିବାର ୩୩୯୫ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ୧,୦୮, ୦୮୨ ପର୍ଯ୍ୟନ୍ତ ପହଞ୍ଚିଛି।

ସୁସ୍ଥହାର ୫୪.୦୨ ପ୍ରତିଶତ

ଶନିବାର ସୁଦ୍ଧା ପୂରା ରାଜ୍ୟରେ ୧୦,୮୦,୯୭୫ ଜଣ ଲୋକଙ୍କ ନମୂନା ମଧ୍ୟରୁ ୨,୦୦,୦୬୪(୧୮.୫୧ ପ୍ରତିଶତ) ଲୋକଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସଂପ୍ରତି ପୂରା ରାଜ୍ୟରେ ପ୍ରାୟ ୫,୯୬,୦୩୮  ଜଣ ହୋମ୍ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି। ଏହା ସହିତ ପୂରା ରାଜ୍ୟରେ ୪୧,୫୬୬  ଲୋକଙ୍କୁ ସଂସ୍ଥାଗତ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି। ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଜୁଲାଇ ୪ ସୁଦ୍ଧା ମହାରାଷ୍ଟ୍ରରେ ସୁସ୍ଥ ହାର ୫୪.୦୨ ପ୍ରତିଶତ ରହିଛି। ରାଜ୍ୟରେ ମୃତ୍ୟୁହାର ୪.୩୩ ପ୍ରତିଶତ ରହିଛି।

   Related Posts