Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ବିରଳ ରେକର୍ଡ, ୪ ଓଭର ବୋଲିଂ କରି କୌଣସି ରନ୍ ଦେଲେନି ଏହି ବୋଲର

9/11/2021 at 2:59 PM

ନୂଆଦିଲ୍ଲୀ ୦୯/୧୧:  ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସୋମବାର ବିଦର୍ଭ ଟିମ୍ ନକଆଉଟରେ ସ୍ଥାନ ପକ୍କା କରିଛି । ଏହାସହ ଦଳର ସ୍ପିନର ଅକ୍ଷୟ କାର୍ଣ୍ଣେଓ୍ୱର ଏକ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି  । ମଣିପୁର ବିରୋଧରେ ଅକ୍ଷୟ ୪ ଓଭର ବୋଲିଂ କରି ଏପରି ପ୍ରଦର୍ଶନ କରିଛନ୍ତି ଯାହା କେହି କେବେ ଭାବି ପାରିବ ନାହିଁ । ସେ ୪ଓଭର ବୋଲିଂ କରି କୌଣସି ରନ୍ ଦେଇନାହାଁନ୍ତି । ଆହୁରି ମଧ୍ୟ ଦୁଇଟି ଓ୍ୱିକେଟ୍ ନେଇଛନ୍ତି ।

ଅକ୍ଷୟ ୩ ଓଭର ବୋଲିଂ କରିଥିଲେ । ପରେ ଦଳ କିଛି ସମୟ ପାଇଁ ତାଙ୍କୁ ବିଶ୍ରାମ ଦେଇଥିଲା । ସେ ନିଜର ପ୍ରଥମ ୨ ଓଭରରେ ୨ ଓ୍ୱିକେଟ୍ ନେଇଥିଲେ । କିନ୍ତୁ ସେ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିବେ ବୋଲି କେହି ଭାବିନଥିଲେ  । ଶେଷ ଓଭରରେ ମଧ୍ୟ ସେ କୌଣସି ରନ୍ ଦେଇନଥିଲେ ।

ସେ ଗ୍ରୁପ୍ ପର୍ଯ୍ୟାୟ ଏକ ମୁକାବିଲାରେ ଏହି ପ୍ରଦର୍ଶନ କରିଛନ୍ତି । ଏହି ମୁକାବିଲା ବିଜୟଓ୍ୱାଡାର ଆନ୍ଧ୍ର କ୍ରିକେଟ୍ ଏକାଡେମୀରେ ଖେଳାଯାଇଥିଲା । ମ୍ୟାଚକୁ ଦେଖିବା ପାଇଁ ଆଇପିଏଲର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସେ ନିଜେ ମଧ୍ୟ ପ୍ରଦର୍ଶନକୁ ଦେଖି ଚକିତ ହୋଇଯାଇଥିଲେ ।

ସୂଚନାଯୋଗ୍ୟ, ମୁକାବିଲାରେ ବିଦର୍ଶ ପ୍ରଥମେ ବ୍ୟାଟିଂ କରି ୨୨୨ ରନ୍ କରିଥିଲା । ଜବାବରେ ବିଦର୍ଭ ମାତ୍ର ୫୫ ରନରେ ଅଲଆଉଟ୍ ହୋଇଯାଇଥିଲା ।

   Related Posts