Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଯଦି ଆପଣଙ୍କ ପାଖରେ ଅଛି ୨୦୦ ଓ ୨ହଜାର ଟଙ୍କାର ନୋଟ୍ ତେବେ ଏହି ଖବର ନିଶ୍ଚିତ ପଢନ୍ତୁ

23/09/2019 at 7:48 PM

ବଜାରରେ କିଣାବିକା କରିବା ବେଳେ ଲୋକେ ଏବେ ଖୁବ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୬ ମସିହା ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜାରରେ ଚଳୁଥିବା ୫ଶହ ଓ ହଜାର ଟଙ୍କା ନୋଟ୍ ଅଚାନକ ନିଷିଦ୍ଧ କରିଥିଲେ। ଏହା ବଦଳେ ୨ହଜାର, ୫ଶହ ଓ ୨ଶହ ଟଙ୍କାର ନୋଟ ଆସିଥିଲା। ହେଲେ ନୋଟବନ୍ଦୀ ଯୋଗୁ ଉପୁଜିଥିବା ସମସ୍ୟାର ଏପର୍ଯ୍ୟନ୍ତ କିନ୍ତୁ ସମାଧାନ ହୋଇପାରିନି। ଏବେ ଆରବିଆଇ ନୋଟ୍ କୁ ନେଇ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଥିରେ ବଜାରରେ ପ୍ରଚଳନ କରାଯାଇଥିବା ନୂଆ ନୋଟ୍ ଯଦି ଚିରିଫାଟି ଯାଇଥାଏ ଏବେ ବ୍ୟାଙ୍କମାନେ ବଦଳାଇପାରିବେ।

ନୂଆ ନୋଟ ପ୍ରଚଳନ ପରେ ବଜାରରେ ଖୁଚୁରା ଅଭାବ ଦେଖାଦେଇଥିଲା। ଆରବିଆଇ ଏଥିଲାଗି ଅଧିକ ପରିମାଣରେ ନୂଆ ନୋଟ୍ ବଜାରକୁ ଛାଡିଥିଲେ। ହେଲେ ଲୋକଙ୍କ କାରବାରରେ ନୂଆ ନୋଟ ଗୁଡିକର ରଙ୍ଗ ଉଡିଯାଇଥିବା ଦେଖାଯାଉଛି। କେଉଁଠି କେଉଁଠି ମିସ୍ ମ୍ୟାଚ୍ ନୋଟ ଧରି ଲୋକେ ହନ୍ତସନ୍ତ ବି ହେଉଛନ୍ତି। ଏଭଳି ସମସ୍ୟାର ସମାଧାନ ଲାଗି ଆରବିଆଇ ପୁରୁଣା ନୋଟ ବଦଳାଇବାକୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଏଥିରେ ପ୍ରମୁଖ ବ୍ୟାଙ୍କ ଲୋକଙ୍କ ଲାଗି ୩ ପ୍ରକାର ବିକଳ୍ପ ରଖିଛନ୍ତି। ପ୍ରଥମେ ଅଧିକ ବ୍ୟବହାର ଯୋଗୁ ରଙ୍ଗ ଉଡିଯାଇଥିବା ୨ହଜାର, ୨ଶହ ଓ ୫ଶହ ଟଙ୍କିଆ ନୋଟ୍ ର ପରିବର୍ତ୍ତନ। ଲୋକେ ଏପରି ନୋଟ୍ ଥିଲେ ନିକଟସ୍ଥ ବ୍ୟାଙ୍କ ଅଥବା ଆରବିଆଇଙ୍କ ଚେଷ୍ଟରେ ବଦଳାଇପାରିବେ। ସେହିପରି ଚିରିଯାଇଥିବା ନୋଟକୁ ବି ବଦଳ ନେବେ ବ୍ୟାଙ୍କ। ତେବେ ଏଥିଲାଗି ନୋଟର ସମସ୍ତ ଅଂଶ ଥିବା ନିହାତି ଦରକାର। ସେହିପରି ତ୍ରୁଟିପୂର୍ଣ୍ଣ ମୁଦ୍ରଣ ଥିବା ନୋଟ୍ ଯାହାକୁ ବଜାରରେ ଚଳାଇବାରେ ଲୋକେ ଅସୁବିଧାରେ ପଡୁଛନ୍ତି ସେଭଳି ନୋଟକୁ ମଧ୍ୟ ଲୋକେ ବଦଳାଇପାରିବେ।     

   Related Posts