Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରଜର ନୂଆ କନସେପ୍ଟ, ଅନଲାଇନରେ ଅର୍ଡର କରିପାରିବେ ରଜପାନ : ଏଥର ମୁଖ୍ୟ ଆକର୍ଷଣ ଫ୍ରୋଜେନ୍ ପାନ

14/06/2019 at 5:58 PM

ଭୁବନେଶ୍ୱର ୧୪/୬ : ରଜର ନୂଆ କନସେପ୍ଟ । ଅନଲାଇନ ପାନ । ରଜ ପାନ ଖୋଜିବାକୁ ଆଉ କଷ୍ଟ କରିବା ଦରକାର ନାହିଁ । ଅନଲାଇନରେ ଅର୍ଡର ଦେଇ ରଜ ପାନର ମଜା ନେଇପାରିବେ ଆପଣ । ସେପଟେ ରଜ ବଜାରେ ଏଥର ଆକର୍ଷଣ ସାଜିଛି ଫ୍ରୋଜନ୍ ପାନ ।

ବନସ୍ତେ ଡାକିଲା ଗଜ, ବରଷକ ଥରେ ଆସିଛି ରଜ । ଗାଁଠୁ ସହର ସବୁଠି ରଜ ମଉଜ । ପହିଲି ରଜରେ କୁଆଁରୀ ମନରେ ଅସୁମାରୀ ଆନନ୍ଦ । ଅଳତା, କୁଙ୍କୁମ, ମେହନ୍ଦୀରେ ସଜେଇ ହୋଇ ନୂଆ ପୋଷାକ ପିନ୍ଧି ଦୋଳିରେ ଝୁଲୁଛନ୍ତି । ଏହା ସହ ରଜ ପାନ ନହେଲେ ଯେମିତି ସବୁକିଛି ଅଧୁରା । ଏଥର ବି ରଜ ଆସିଛି, ପାନର ପସରା ନେଇ । ସେଥିପାଇଁ ତ ଖାସ୍‌ ରଜପାନର ଖୋଲିଛି ପସରା ।

ଦେଖନ୍ତୁ କେମିତି ରଜପାନ ଭଙ୍ଗା ଚାଲିଛି । ମିଠାପତ୍ର ରେ ୫୦ରୁ ଅଧିକ ରଙ୍ଗବେରଙ୍ଗ ମସଲା ପଡ଼ୁଛି । ଏଥର ମୁଖ୍ୟ ଆକର୍ଷଣ ସାଜିଛି ଫ୍ରୋଜନ୍ ପାନ । ଏହା ସହ ହ୍ବାଇଟ୍ କାରାମିଲ୍, ବ୍ଲାକ୍ ଫରେଷ୍ଟ, ଆଇସ୍ ପାନର ବି ଚାହିଦା ରହିଛି । ଏଥିରେ ଗୋଲାପ କତ୍ରୀ, ରିମଝିମ୍, ଅଳେଇଚ, ଲବଙ୍ଗ, ଚକୋଲେଟ୍, ବରଫ ଦିଆ ଯାଉଛି । ଏହା ବାଦ୍ ସବୁଥର ଭଳି ଫାୟାର ପାନର ବି ରହିଛି ଡିମାଣ୍ଡ ।

ସେହିପରି ଏଥର ସାମ୍ନାକୁ ଆସିଛି ରଜର ଅନଲାଇନ୍ କନସେପ୍ଟ । ଏଭଳି ସ୍ପେଶାଲ ପାନ ଖୋଜିବାକୁ ଆପଣଙ୍କୁ ଆଉ କଷ୍ଟ କରିବାକୁ  ହେବନି । ଘରେ ବସି ଅନଲାଇନରେ ଅର୍ଡର କରନ୍ତୁ । ଆଉ ରଜ ପାନର ମଜା ନିଅନ୍ତୁ । କିଛି ସଂସ୍ଥା ରଜରେ ଅନଲାଇନ ପାନର ସୁବିଧା ବି ଆଣିଛନ୍ତି । କଟକ-ଭୁବନେଶ୍ୱରର ଗ୍ରାହକ ଅର୍ଡର ଦେବାର ଚାରି ଘଣ୍ଟା ମଧ୍ୟରେ ପହଞ୍ଚିଯିବ ପାନ ।

ରଜରେ ପିଠା ଅଛି ମିଠା ଅଛି ଦୋଳି ଅଛି ତାସ୍‌ ଲୁଡୁ ବି ଅଛି ତାଛଡ଼ା ରଜ ପାନ ଯଦି ନାହିଁ ସବୁ ଅଧା। ତେଣୁ ଅଫଲାଇନ୍  ହେଉ କି ଅନଲାଇନ୍ ରଜପାନ ଖଣ୍ଡେ ପାଟିରେ ପୁରାଇ ଫୁଲ୍‌ ମଜା ନେଉଛନ୍ତି ଖାଣ୍ଟି ଓଡ଼ିଆ ମାନେ।

   Related Posts