ପୂର୍ବତଟ ରେଳପଥ ଦୁଇଭାଗ ହେବାପରେ ରାୟଗଡାରେ ଖୋଲିବ ନୂଆ ରେଳ ଡିଭିଜନ

Published By : Prameya-News7 Bureau | February 28, 2019 IST

ରାୟଗଡା ୨୮|୨: କେନ୍ଦ୍ରର ନିଷ୍ପତି ଅନୁସାରେ  ପୂର୍ବତଟ ଡିଭିଜନର ଗୋଟିଏ ଭାଗ ପଡ଼ୋଶୀ ବିଜୟଓ୍ବାଡ଼ା ଡିଭିଜନରେ ମିଶିବ, ଯାହା ଦକ୍ଷିଣତଟ ଅଧୀନରେ ରହିବ । ଆଉ ଗୋଟିଏ ଭାଗକୁ ନେଇ ନୂଆ ଡିଭିଜନ ଗଠନ ହେବ, ଯାହାର ମୁଖ୍ୟାଳୟ ରାୟଗଡ଼ାରେ ରହିବ ।  ଏମିତିରେ ପୂର୍ବରୁ ଓଡ଼ିଶା ସରକାର କରିଥିବା ୩ଟି ଦାବି ମଧ୍ୟରୁ ମାତ୍ର ଗୋଟିଏ ପୂରଣ ହୋଇଥିଲେ ବି ପୂର୍ବତଟ ରେଳପଥ ବିଭାଜନ ନିଷ୍ପତି ରାଜ୍ୟକୁ ନିରାଶ କରିଛି ।ହେଲେ ରୟଗଡ଼ାରେ ନୂଆ ଡିଭିଜନର ମୁଖ୍ୟାଳୟକୁ ନେଇ ଖୁସି ଜାହିର କରିଛନ୍ତି ରାୟଗଡ଼ାବାସୀ । ଆଉ ପଲିଟିକାଲ ମାଇଲେଜ୍‌ ମାପିବାକୁ ଚେଷ୍ଟା କରିଛନ୍ତି ନେତା ।

{"id":89434,"width":578,"height":434}

କେନ୍ଦ୍ର ନିଷ୍ପତି ଅନୁସାରେ ଦୁଇ ଭାଗ ହେବ ପୂର୍ବତଟ ଡିଭିଜନ । ଗୋଟିଏ ଭାଗ ପଡ଼ୋଶୀ ବିଜୟଓ୍ବାଡ଼ା ଡିଭିଜନରେ ମିଶିବାକୁ ଥିବା ଦକ୍ଷିଣତଟ ଅଧୀନରେ ରହିବ । ଆଉ ଗୋଟିଏ ଭାଗକୁ ନେଇ ନୂଆ ଡିଭିଜନ ଗଠନ ହେବ । ଯାହାର ମୁଖ୍ୟାଳୟ ରହିବ ରାୟଗଡ଼ାରେ । ଏହି ଡିଭିଜନ ଅଧୀନରେ ଜଗଦଲପୁର, କୋରାପୁଟ, ସୁନାବେଢ଼ା, ଦାମନଯୋଡ଼ି ଏବଂ ସିଂହାପୁର ରହିବ । ଏହି ନୂଆ ଡିଭିଜନ ଦ୍ବାରା ରାୟଗଡ଼ା ସମେତ ୮ଟି ଜିଲ୍ଲାର ବିକାଶ ହୋଇପାରିବ ବୋଲି ସାଧାରଣରେ ଆଶା ରହିଛି ।

{"id":89435,"width":577,"height":433}

ଓଡ଼ିଶା ସରକାର ପୂର୍ବରୁ ପ୍ରସ୍ତାବ ଦେଇଥିଲେ ଯେ, ଯଦି ଓ୍ବାଲଟିୟର ଡିଭିଜନକୁ ପୁନର୍ଗଠନ ପ୍ରକ୍ରିୟାରେ କାଢ଼ି ନିଆଯିବ, ତେବେ ଓଡ଼ିଶାରେ ୩ଟି ନୂଆ ଡିଭିଜନ ଖୋଲାଯାଉ । ରାଉରକେଲା ଅଥବା ଝାରସୁଗୁଡ଼ା, ଯାଜପୁର-କେନ୍ଦୁଝର ବା ଭଦ୍ରକ ଓ ରାୟଗଡ଼ା ୩ଟି ନୂଆ ଡିଭିଜନ ଖୋଲାଯାଉ । ଏହା ଦ୍ବାରା ପୂର୍ବତଟର ଅଧିକ ବିକାଶ ହୋଇପାରିବ । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର କେବଳ ରାୟଗଡ଼ା ଦାବିକୁ ପୂରଣ କରିଛନ୍ତି । ତଥାପି ଏହାକୁ ନେଇ ସ୍ଥାନୀୟ ନେତା ନିଜ ନିଜ ସ୍ତରରେ ରାଜନୀତିର ରୁଟି ସେକିବାକୁ ପଛାଇ ନାହାନ୍ତି ।

{"id":89436,"width":574,"height":431}

କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଏତିକି କହି ହେବ ଯେ, ଏହି ନୂଆ ଡିଭିଜନ ଦ୍ବାରା ରାୟଗଡ଼ା-କୋରାପୁଟର ଉନ୍ନତିକରଣ ହେବ । ଏଥିସହ ରାୟଗଡ଼ା-ଗୋପାଳପୁର ରେଳଲାଇନ୍‌, ଗୁଣୁପୁର-ଥେରୁବାଲି ନୂଆ ଲାଇନ୍‌, କୋରାପୁଟ-ରାୟଗଡା ଦୋହରିକରଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.