Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ମୋଦି ସରକାର ଉପହାର : ରାମସେତୁ ଯାଏଁ କରନ୍ତୁ ଯାତ୍ରା, ନିର୍ମାଣ ହେବ ନୂଆ ରେଳ ଲାଇନ

25/12/2018 at 7:09 PM

ରାମେଶ୍ୱର ୨୫/୧୨ : ରାମେଶ୍ୱରମ-ଧନୁଶକୋଡ଼ି ସେକ୍ସନ ଉପରେ କେନ୍ଦ୍ର ସରକାର ପୁଣି ଠାରେ ରେଳ ଲାଇନର ପୁନରାବୃତ୍ତି କରିବାକୁ ଯାଉଛନ୍ତି | ସେଥିପାଇଁ ତାମିଲନାଡୁରେ ପୁରୁଣା ପମ୍ବନ ପୋଲ ଜାଗାରେ ନୂଆ ପୋଲ ନିର୍ମାଣ କରାଯିବ | ୧୯୬୪ ମସିହାରେ ଯେଉଁ ରେଳ ଲାଇନ ପାଣିରେ ଭାସି ଯାଇଥିଲା ସେହି ରେଳ ଲାଇନକୁ ପୁଣି ନିର୍ମାଣ କରାଯିବ | ଏହି ରେଳ ଲାଇନ ନିର୍ମାଣ ହେବାପରେ ପ୍ରସିଦ୍ଧ ରାମସେତୁକୁ ସିଧା ରେଳପାଠ ଜରିଆରେ ଯୋଗାଯୋଗ କରାଯାଇପାରିବ | ଧାନୁଶକୋଡ଼ିରୁ ହିଁ ରାମସେତୁ ଆରମ୍ଭ ହୋଇଥିଲା | ରାମେଶ୍ୱର ଠାରୁ ଧାନୁଶକୋଡ଼ି ରେଳ ଲାଇନ ୧୮ କି:ମି: ପର୍ଯ୍ୟନ୍ତ ପରିବ୍ୟାପ୍ତ |


ସୂଚନାଯୋଗ୍ୟ ଯେ, ରେଳବାଇ ପମ୍ବନ ସେତୁର ସାମନ୍ତରା ଭାବେ ନୂଆ ପୋଲ ନିର୍ମାଣ କରିବ | ଏହି ନୂଆ ପୋଲ ନିର୍ମାଣ ପାଇଁ ମଞ୍ଜୁରୀ ମଧ୍ୟ ମିଳିସାରିଛି | ଏହି ପୋଲ ନିର୍ମାଣରେ ୪୫୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି | ଆସନ୍ତା ଜାନୁଆରୀ ମାସେରୁ ଏହି ପୋଲ ନିର୍ମାଣ କାମ ଆରମ୍ଭ ହେବ ବୋଲି ଜଣାପଡିଛି |


ପମ୍ବନ ସେତୁ ତାମିଲନାଡୁକୁ ରାମେଶ୍ୱରଂ ସହ ଯୋଡ଼ିଥାଏ | ୧୯୧୪ ମସିହାରେ ପମ୍ବନ ସେତୁ ଉଦଘାଟନ ହୋଇଥିଲା | ଏହି ସେତୁର ବିଶେଷତ୍ୱ ଥିଲା ଯେ, ପୋଲ ଉପରେ ଟ୍ରେନ ଚଳାଚଳ କଲାବେଳେ ପୋଲ ତଳେ, ପାଣିରେ ଜାହାଜ ଯିବା ଆସିବା କରୁଥିଲା |


୧୯୬୪ ମସିହାରେ ସାମୁଦ୍ରିକ ଝଡରେ ୧୭. ୨୦ କି:ମି: ଲମ୍ବା ରେଳ ଲାଇନ ଧୋଇ ହୋଇଯାଇଥିଲା | ସେହିଦିନଠାରୁ ଏହି ପୋଲ ସେମିତି ପଡିଛି | ସରକାର ଏହି ସେତୁର ପୁନରୁଦ୍ଧାର କରିନଥିଲେ | କିନ୍ତୁ ମୋଦି ସରକାର ଏବେ ଏହି ସେତୁର ପୁନଃନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି | ତେବେ ଏହି ସେତୁ ନିର୍ମାଣରେ ବର୍ତ୍ତମାନ ଆଧୁନିକ କୌଶଳ ବ୍ୟବହାର କରାଯିବ | ସମୁଦ୍ରରେ ବଡ ବଡ ଜାହାଜ ଏବଂ ଷ୍ଟିମର ଯିବା ପାଇଁ ଭରଟିକାଲ ଲିଫ୍ଟ ସାହାଯ୍ୟରେ ସେତୁର ୬୩ ମିଟର ଅଂଶ ରେଳ ଲାଇନ ସହ ଉପରକୁ ଉଠିଯିବ | ଯାହାଫଳରେ ସେତୁର କୌଣସି କ୍ଷତି ଘଟିବ ନାହିଁ |

ରେଳ ଲାଇନର ଦୁଇ ମୁଣ୍ଡ ଏବଂ ଉଠିବାକୁ ଥିବ ଅଂଶରେ ଏହି ସେତୁକୁ ନିୟନ୍ତ୍ରଣ କରିବ ପାଇଁ ଟାୱାର ବସାଯିବ | ଏହି ରେଳ ଲାଇନରେ କମ୍ପୋଜିଟ ସ୍ଲିପର ବ୍ୟବହାର କରାଯିବ | ଯାହା ଫଳରେ ସମୁଦ୍ରର ଲୁଣି ପାଣି ରେଳ ଲାଇନର କୌଣସି କ୍ଷତି ଘଟାଇ ପାରିବନାହିଁ |

   Related Posts