Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ପାକିସ୍ତାନ ବିମାନ ଦୁର୍ଘଟଣା : ୩ଥର ବିମାନ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲେ ପାଇଲଟ, ପୁଣି କ’ଣ ହେଲା ଅସୁବିଧା ?

24/05/2020 at 5:43 PM

କରାଚୀ ୨୪/୦୫ : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାର ଏକ ପ୍ରାଥମିକ ରିପୋର୍ଟରେ ପାଇଲଟଙ୍କ ବିମାନ ସଞ୍ଚାଳନକୁ ନେଇ ଗମ୍ଭୀର ପ୍ରଶ୍ନ ଛିଡା ହୋଇଛି | ରିପୋର୍ଟରେ କୁହାଯାଇଛି ଯେ, କକପିଟରେ ଚାଳକଦଳ ସଦସ୍ୟଙ୍କୁ ସଙ୍କଟ ସମ୍ପର୍କରେ ବିମାନ ନିୟନ୍ତ୍ରକଙ୍କୁ ସୂଚନା ଦେବାକୁ ମନା କରାଯାଇଥିଲା କି ?

ଜିୟୋ ନ୍ୟୁଜ ଖବର ଅନୁଯାୟୀ, ପାକିସ୍ତାନୀ ଯାଞ୍ଚ ଟିମ ପତା କରିବାକୁ ଚେଷ୍ଟା କରୁଛନ୍ତି ଯେ ବିମାନ ଦୁର୍ଘଟଣା ପାଇଲଟଙ୍କ ବୁଲ ପାଇଁ ହୋଇଥିଲା ନାଁ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ରହିଥିଲା | ଦେଶର ନାଗରିକ ଉଡାୟନ ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଅନୁସାରେ, ଏୟାରବସ ଏ-୩୨୦ ଇଞ୍ଜିନ ପାଇଲଟ ଦ୍ୱାରା ବିମାନକୁ ଲ୍ୟାଣ୍ଡ କରିବାକୁ ପ୍ରଥମ ପ୍ରୟାସରେ ୩ଥର ରନୱେକୁ ସ୍ପର୍ଶ କରିଥିଲା କିନ୍ତୁ ବିଶେଷଜ୍ଞ ତାକୁ ଘର୍ଷଣ ବୋଲି କହିଥିଲେ | 

ସିଏଏ ସୂତ୍ର ଅନୁଯାୟୀ, ଦ ନ୍ୟୁଜ ଇଣ୍ଟରନ୍ୟାସନାଲ କହିଛି ଯେ, ୩ଥର ରନୱେକୁ ସ୍ପର୍ଶ କରିବା ପରେ ପାଇଲଟ ପୁଣିଥରେ ବିମାନ ଉଡ଼ାଇଥିଲେ କିନ୍ତୁ ଅଧିକାରୀ ଏହା ଅଜବ ଲାଗିଥିଲା | କାରଣ କକପିଟରେ ଚାଳକ ଦଳ ସଦସ୍ୟ ଜିନ୍ନା ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଯାତାୟାତ ନିୟନ୍ତ୍ରଣକୁ ଲ୍ୟଣ୍ଡିଙ୍ଗ ଗିଅର ସମ୍ବନ୍ଧରେ କୌଣସି ସମସ୍ୟା ଥିବା ନେଇ ସୂଚନା ଦେଇନଥିଲେ | ଲ୍ୟଣ୍ଡିଙ୍ଗ ପୂର୍ବରୁ ଯେତେବେଳେ ବିମାନ ଜମିକୁ ସ୍ପର୍ଶ କରିଥିଲା ସମ୍ଭବତଃ ଇଞ୍ଜିନର ତେଲ ଟ୍ୟାଂକି ଏବଂ ଇନ୍ଧନ ପମ୍ପ କ୍ଷତିଗ୍ରସ୍ତ ହୋଇଥିଲା ଯାହାଫଳରେ ପାଇଲଟ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡ କରିପାରିନଥିଲେ ବୋଲି ରିପୋର୍ଟରେ ପ୍ରକାଶ କରାଯାଇଛି | 

ଦୁର୍ଘଟଣାକୁ ନେଇ ଅନେକ ଗମ୍ଭୀର ପ୍ରଶ୍ନ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି | କକପିଟରେ ଆଲାର୍ମ ସିଷ୍ଟମ ପାଇଲଟଙ୍କୁ ଆସନ୍ନ ବିପଦ କିମ୍ବା ଜରୁରୀକାଳୀନ ସ୍ଥିତି ନେଇ ସୂଚାଇବାରେ କିଭଳି ବିଫଳ ହେଲା | ପିଆଇଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଶଦ ମଲିକ କହିଛନ୍ତି ଯେ, ବିମାନର ବ୍ଲାକ ବକ୍ସ ଯାଞ୍ଚ ଟିମକୁ ହସ୍ତାନ୍ତର କରାଯାଇଛି | ପିଆଇଏର ଇଂଜିନିୟରିଂ ଏବଂ ଦେଖରେଖ ବିଭାଗ ଅନୁସାରେ ଦୁଇ ମାସ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ବିମାନର ଯାଞ୍ଚ କରାଯାଇଥିଲା | ଦୁର୍ଘଟଣାର ଦିନେ ପୂର୍ବରୁ ବିମାନ ମସ୍କଟରୁ ଲାହୋର ଯାତ୍ରା କରିଥିଲା |

ସୂଚନାଯୋଗ୍ୟ ଯେ, ପିଆଇଏ ପିକେ-୮୩୦୩ ଶୁକ୍ରବାର ଦିନ ବିମାନବନ୍ଦର ନିକଟବର୍ତ୍ତୀ ଏକ ଜନବହୁଳ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଏଥିରେ ୯ଜଣ ଶିଶୁଙ୍କ ସମେତ ୯୭ ଜଣଙ୍କର ମୃତ୍ୟୁ ହୋଇଛି | ଦୁଇଜଣ ଯାତ୍ରୀ ଆଶ୍ଚର୍ଯ୍ୟଜନକ ଭାବେ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି | କରୋନା ମହାମାରୀକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ୫ ମୁଖ୍ୟ ବିମାନବନ୍ଦର ଇସ୍ଲାମଵାଦ, କରାଚୀ, ଲାହୋର, ପେଶୱାର ଏବଂ କ୍ୱେଟାରୁ ମେ ୧୬ ତାରିଖରୁ ଘରୋଇ ବିମାନ ସେବାକୁ ଅନୁମତି ଦେଇଥିଲେ | ଏହି ବିମାନ ଦୁର୍ଘଟଣା ପରେ ପିଆଇଏ ଘରୋଇ ବିମାନ ସେବା ବନ୍ଦ ରଖିଛନ୍ତି | 

   Related Posts