ଋଷିକେଶରେ ତିଆରି ହେଉଛି ଆକର୍ଷଣୀୟ ରେଳ ଷ୍ଟେସନ : ଫଟୋ ସେୟାର କଲେ ରେଳମନ୍ତ୍ରୀ ପିୟୁଷ ଗୋୟଲ

Published By : Prameya-News7 Bureau | July 21, 2020 IST

ଋଷିକେଶ ୨୧/୦୭ : ଉତ୍ତରାଖଣ୍ଡ ଋଷିକେଶ-କର୍ଣ୍ଣପ୍ରୟାଗ ରେଲୱେ ଲାଇନ ପରିଯୋଜନା ଅନ୍ତର୍ଗତ ତିଆରି ହେଉଥିବା ଋଷିକେଶ ରେଲୱେ ଷ୍ଟେସନର ଫଟୋ ସେୟାର କରିଛନ୍ତି ରେଳମନ୍ତ୍ରୀ ପିୟୁଷ ଗୋୟଲ | ମନ୍ତ୍ରୀ ପିୟୁଷ ଗୋୟଲ ରେଳ ଷ୍ଟେସନର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି | ଷ୍ଟେସନର ଫଟୋ ଆକର୍ଷଣୀୟ ହୋଇଛି | ଏହିଭଳି ଷ୍ଟେସନ ଆପଣ ଆଗରୁ ଦେଖିନଥିବେ | ଦେଖନ୍ତୁ ଋଷିକେଶ ଷ୍ଟେସନର ସୁନ୍ଦର ଫଟୋ :

{"id":303667,"sizeSlug":"large"}

ରେଲୱେ ଏହି ପରିଯୋଜନା କାମ ଦ୍ରୁତ କରିଛି | ଷ୍ଟେସନ କାମ ୨୦୨୪-୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି | ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ୍ ମଧ୍ୟ ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପ୍ରଶଂସା କରିଛନ୍ତି |

{"id":303670,"sizeSlug":"large"}

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୋଗନଗରୀ ଋଷିକେଶ ରେଲୱେ ଷ୍ଟେସନକୁ ରେଳ ଆଗମନ ବହୁତ ଶୀଘ୍ର ଆରମ୍ଭ ହେବ | ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ଲାଇନ ପ୍ରକଳ୍ପ ଉପରେ ଜୋରସୋରରେ କାମ ଚାଲିଛି |

{"id":303673,"sizeSlug":"large"}

ଡିସେମ୍ବର ମାସରେ ଏହି ଲାଇନର ସବୁ ପ୍ରକଳ୍ପ ପ୍ୟାକେଜ ଆବଣ୍ଟନ ହୋଇଯିବ | ୧୨୫ କିମି ଲମ୍ବ ପୁରା ଲାଇନରେ ଖୁବ ଶୀଘ୍ର କାମ ଆରମ୍ଭ ହେବ |

{"id":303668,"sizeSlug":"large"}

ଋଷିକେଶରୁ କର୍ଣ୍ଣପ୍ରୟୋଗ ମଧ୍ୟରେ ତିଆରି ହେଉଥିବା ରେଳ ଲାଇନରେ ମୋଟ ୧୨ ଟି ଷ୍ଟେସନ ହେବ |

{"id":303671,"width":578,"height":356,"sizeSlug":"large"}

ଷ୍ଟେସନଗୁଡିକ ହେଲା ବୀରଭଦ୍ର, ଋଷିକେଶ, ଶିବପୁରୀ, ବ୍ୟାସ, ଦେବପ୍ରୟାଗ, ଶ୍ରୀନଗର, ମଲେଥା, ଧାରୀଦେବୀ, ଘୋଳତୀର, ଗୋଚର, କର୍ଣ୍ଣପ୍ରୟୋଗ | ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପରିଯୋଜନା ଭାରତୀୟ ରେଳବାଇର ସବୁଠାରୁ ମହତ୍ୱକାଂକ୍ଷୀ ରେଳ ପରିଯୋଜନା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.