ବ୍ଲାକ ଫଙ୍ଗସ୍ ପରେ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କ ଲିଭରରେ ଦେଖାଦେଉଛି ନୂଆ ସମସ୍ୟା

Published By : Prameya-News7 Bureau | July 22, 2021 IST

ନୂଆଦିଲ୍ଲୀ ୨୨/୦୭ : କରୋନା ରୋଗୀଙ୍କୁ ଷ୍ଟେରଏଡ୍ ଦିଆଯିବା ଯୋଗୁଁ ବ୍ଲାକ ଫଙ୍ଗସ୍ ହେବାର ଆଶଙ୍କା ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ଏହି କାରଣରୁ ଏକ ନୂଆ ସମସ୍ୟା ଉପୁଜିଛି। ଅଧିକ ଷ୍ଟେରଏଡ୍ ଦେବା ହେତୁ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କ ଯକୃତ (ଲିଭର)ରେ ବଥ ହୋଇଯାଉଛି। ଡାକ୍ତର ଏ ବିଷୟରେ ସୂଚନା ଦେଇଛନ୍ତି। ଲିଭରରେ ବଥ ହେବା ବା ପୂଜ ଜମା ହେବା ସାଧାରଣତଃ ପରଜୀବୀ କାରଣରୁ ହୋଇଥାଏ ଯାହା ଏଣ୍ଟାମୋଇବା ହିଷ୍ଟୋଲିଟିକା କୁହାଯାଏ ଯାହା ଦୂଷିତ ଖାଦ୍ୟ ଏବଂ ଜଳ ମାଧ୍ୟମରେ ବ୍ୟାପିଥାଏ।

ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସପିଟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ପାନକ୍ର୍ରିୟାକୋବିଲରି ସାଇନ୍ସ୍ର ଚେୟାରମ୍ୟାନ୍ ଡକ୍ଟର ଅନିଲ ଆରୋରାଙ୍କ ଅନୁଯାୟୀ, “ଗୋଟିଏ ଜିନିଷ ଯାହାକୁ ଆମକୁ ଅସ୍ୱାଭାବିକ ମନେ ହୋଇଥିଲା ତାହା ହେଲା କୋଭିଡରୁ ସୁସ୍ଥ ହେବାର ୨୨ ଦିନ ପରେ ଯେଉଁମାନେ ପୂର୍ବରୁ ଅସୁରକ୍ଷିତ ଥିଲେ, ଲିଭରର ଦୁଇ ପାର୍ଶ୍ୱରେ ଅନେକ ଜାଗାରେ ପୂଜ ଜମା ହୋଇଥିଲା ଯାହାକୁ ବାହାର କରିବାକୁ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ଥିଲା।

ତେବେ ଏଭଳି ସମସ୍ୟାର କେତେ ମାମଲା ସାମ୍ନାକୁ ଆସିଛି ତାହା ଜଣା ପଡିନାହିଁ। କୋଭିଡରୁ ସୁସ୍ଥ ହୋଇଥିବା ଲୋକଙ୍କୁ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଡାକ୍ତରଙ୍କ ଅନୁଯାୟୀ, କୋଭିଡରୁ ସୁସ୍ଥ ହେଉଥିବା ରୋଗୀ ସ୍ନାୟୁଗତ ସମସ୍ୟା ନେଇ ମଧ୍ୟ ଅଭିଯୋଗ କରୁଛନ୍ତି। ଲେସେଣ୍ଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ୩୩ ପ୍ରତିଶତ ଲୋକଙ୍କର ସ୍ନାୟୁଗତ ସମସ୍ୟା ରହିଛି। ଏଥିରେ ସ୍ୱାଦ ଏବଂ ଗନ୍ଧ ଜାଣି ନ ପାରିବା, କୌଣସି ଜିନିଷ ଉପରେ ଦୃଷ୍ଟି ଦେବାରେ ଅସୁବିଧା ହେବା, ଏକାଗ୍ରତା ସମସ୍ୟା ଇତ୍ୟାଦି ସମସ୍ୟା ରହିଛି।

କିଛି ଦିନ ପୂର୍ବରୁ, କରୋନାରୁ ସୁସ୍ଥ ହେଉଥିବା ରୋଗୀମାନଙ୍କ ମଧ୍ୟରେ ଅନେକ ସମସ୍ୟା ମଧ୍ୟ ଦେଖାଗଲା। ସୁସ୍ଥ ହେବାର ୨୦-୩୦ ଦିନ ପରେ ପେଟ ଯନ୍ତ୍ରଣା ଏବଂ ରକ୍ତସ୍ରାବ ଆଦି ସମସ୍ୟା ଦେଖାଦେଇଛି।

ବର୍ତ୍ତମାନ ସୁଦ୍ଧା ସର୍ବାଧିକ ବ୍ଲାକ ଫଙ୍ଗସ୍ ମାମଲା ଦେଖିବାକୁ ମିଳିଛି। ବ୍ଲାକ ଫଙ୍ଗସ୍ ବିଷୟରେ କୁହାଯାଉଛି ଯେ ଏହା ସାଧାରଣତଃ କରୋନା ସମୟରେ ରୋଗୀଙ୍କୁ ଦିଆଯାଉଥିବା ଷ୍ଟେରଏଡର ଅତ୍ୟଧିକ ବ୍ୟବହାର ଦ୍ୱାରା ହୋଇଥାଏ। ସାଧାରଣତଃ ବ୍ଲାକ ଫଙ୍ଗସରେ ସେମାନେ ସଂକ୍ରମିତ ହୋଇଥାନ୍ତି ଯେଉଁମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ। କରୋନା ସଂକ୍ରମଣ ଯୋଗୁଁ ଦୁର୍ବଳ ହୋଇଯାଇଥିବା ଲୋକଙ୍କ ମଧ୍ୟରେ ଏହି ଫଙ୍ଗଲ୍ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.