ଭୁବନେଶ୍ୱର ୧୧/୪ : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ବିଧାୟକ କିଶୋର ତରାଇ, ଜିଲ୍ଲା ବିଜେଡି ମହାସଚିବ ଭାବେ ନିଶିକାନ୍ତ ପ୍ରଧାନ ଓ ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ଅଜିତ ନାୟକଙ୍କୁ ନିଯୁକ୍ତ କରିଛନ୍ତି | ସେହିପରି ସୁମିତ୍ରା ଜେନାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସହିତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ କମଳା ତିରିଆଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାନେତ୍ରୀ ଏବଂ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, ସୁଜାତା ଜେନାଙ୍କୁ ମହିଳା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ସହିତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, ଭାଗ୍ୟଶ୍ରୀ ପ୍ରଧାନଙ୍କୁ ମହିଳା ବିଜେଡି ରାଜ୍ୟ ସମ୍ପାଦିକା ଏବଂ ତନ୍ମୟ ସ୍ୱାଇଁଙ୍କୁ ଏରସମା-ବାଲିକୁଦା ଓ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି |
ସେହିପରି ପାଲଲହଡା ନିର୍ବାଚନ ମଣ୍ଡଳୀର ସୁଦର୍ଶନ ବେହେରାଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ସହିତ ପାଲଲହଡା ନିର୍ବାଚନ ମଣ୍ଡଳୀ ପାଇଁ ସଂଯୋଜକ, ଡ.ହୁସେନ ରବି ଗାନ୍ଧୀଙ୍କୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ, ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର କୁନାଲ ରାଉତଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପ ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି |