Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଭୁବନେଶ୍ବରରେ ପୁଣି ୫୧ କରୋନା ପଜିଟିଭ୍ ଚିହ୍ନଟ

14/07/2020 at 4:28 PM

ଭୁବନେଶ୍ୱର ୧୪/୭: ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୧ ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୫ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରେ  ହସ୍ପିଟାଲରୁ ୩୨ ଓ ୨୫ ବର୍ଷୀୟ ଦୁଇ ମହିଳା, ଚନ୍ଦ୍ରଶେଖରପୁରରୁ ୨୭ ବର୍ଷୀୟ ଯୁବକ ଓ ୫୦ ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୩୯ ବର୍ଷୀୟ ପୁରୁଷ, କଳିଙ୍ଗ ବିହାରରୁ ୬୫ ବର୍ଷୀୟ ଓ ୨୮ ବର୍ଷୀୟ ଦୁଇ ମହିଳା, ଭରତପୁରରୁ ଜଣେ ୨୧ବର୍ଷୀୟ ଯୁବତୀ, ଖାରବେଳ ନଗରରୁ ଜଣେ ୨୮ ବର୍ଷୀୟ ଯୁବତୀ, ଶାସ୍ତ୍ରୀ ନଗରରୁ ଜଣେ ୫୭ ବର୍ଷୀୟ ବୃଦ୍ଧ, ୟୁନିଟ-୬ରୁ ୨୧ ଓ ୨୦ ବର୍ଷୀୟ ଦୁଇ ଯୁବକ, ଶାସ୍ତ୍ରୀ ନଗରରୁ ଜଣେ ୩୪ ବର୍ଷୀୟ ମହିଳା, ଝାରପଡ଼ାରୁ ୨୭ ବର୍ଷୀୟ ଯୁବକ, ନୟାପଲ୍ଲୀରୁ ୨୮ ବର୍ଷୀୟ ଯୁବତୀ ଓ ଜେଇ ୨୯ବର୍ଷୀୟ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

   Related Posts