କଟକ ସହରରୁ ଆଉ ୨୨ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୭

Published By : Prameya-News7 Bureau | July 31, 2020 IST

କଟକ, ୩୧|୦୭:  କଟକ ସହରରୁ ଆଉ ୨୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୧୫ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୨୨ ।

କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୯ଜଣ ସରକାରୀ, ୨ଜଣ ପେଡ୍ ଓ ୪ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।

wp:html /wp:html

ସ୍ଥାନୀୟ ସଂକ୍ରମିତମାନେ ହେଲେ ୪୯ ବର୍ଷୀୟ ସିଏମସିର ଜଣେ କର୍ମଚାରୀ, ବାଦାମବାଡି ରକ୍ସି ଲେନରୁ ୨୫ ବର୍ଷୀୟ ଯୁବକ, ଚାଉଳିଆଗଞ୍ଜ ପୋଲିସ ଷ୍ଚେସନ ନିକଟରୁ ଜଣେ ୩୪ ବର୍ଷୀୟ ଯୁବକ, ନାୟକ ସାହିରୁ ଜଣେ ୫୩ ବର୍ଷୀୟ ବ୍ୟକ୍ତି, ମହାନଦୀ ବିହାରରୁ ୪୦ ବର୍ଷୀୟା ମହିଳା, ଏସସିବିର ଜଣେ ୩୧ ବର୍ଷୀୟ କରୋନା ଯୋଦ୍ଧା ଏବଂ କ୍ୟାଣ୍ଟନମେଣ୍ଟ୍ ରୋଡରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି ।

ସୁଚନାଯୋଗ୍ୟ, କଟକ ସହରରୁ ଏବେସୁଦ୍ଧା ୯୦୬ଟି ପଜିଟିଭ୍ କେସ୍ ବାହାରିଥିବା ବେଳେ ୪୩୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୦ ଜଣ ପ୍ରାଣ ହରାଇଥିବା ବେଳେ ୪୫୭ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.