Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||

କ୍ୟାପିଟାଲ ହସ୍ପିଟାଲରୁ ପୁଣି କରୋନା ସଂକ୍ରମିତ ଚିହ୍ନଟ, ଓପିଡିରୁ ବାହାରିଲେ ୨ କୋଭିଡ଼-୧୯ ପଜିଟିଭ୍‌

3/08/2020 at 7:39 AM

ଭୁବନେଶ୍ୱର ୦୩।୦୮: ଦିନକୁ ଦିନ ଚିନ୍ତା ବଢାଉଛି କରୋନା । ପ୍ରତିଦିନ ରାଜଧାନୀରୁ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏମାନଙ୍କୁ ମଧ୍ୟରୁ କିଛି ମେଡିକାଲରୁ ମଧ୍ୟ ଚିହ୍ନଟ ହେଉଛନ୍ତି ।  କ୍ୟାପିଟାଲ ହସ୍ପିଟାଲ ଓପିଡିରୁ ପୁଣି ଦୁଇ କରୋନା ପଜିଟିଭ୍‌ ବାହାରିଛନ୍ତି । ଉଭୟ ଆକ୍ରାନ୍ତ ଓପିଡିରେ ଚିହ୍ନଟ ହୋଇଛନ୍ତି । କେହି ହସ୍ପିଟାଲ ଷ୍ଟାଫ୍‌ ନୁହନ୍ତି କି ଇନ୍‌ଡୋର ରୋଗୀ ନୁହନ୍ତି । ତେବେ ଚିହ୍ନଟ ହୋଇଥିବା ଆଖ୍ରାନ୍ତଙ୍କୁ ମିଶାଇ ହସ୍ପିଟାଲରୁ ମୋଟ ୬୫ରୁ ଅଧିକ ସଂକ୍ରମିତ ବାହାରିଲେଣି । ଏପଟେ କ୍ୟାପିଟାଲ ହସ୍ପିଟାଲ ପ୍ଲାଜମା ବ୍ୟାଙ୍କରେ ଆଉ ଜଣେ ପ୍ଲାଜମା ଦାନ କରିଛନ୍ତି । ବ୍ରହ୍ମଗିରିର ଏହି ବ୍ୟକ୍ତି ଜଣଙ୍କ ସୁରତ ଫେରନ୍ତ । ସୁସ୍ଥ ହେବା ପରେ ନିଜର ପ୍ଲାଜମା ଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଜଣ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଦାନ କଲେଣି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ରାଜ୍ୟରେ ୧୪୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ , ଏମାନଙ୍କ ମଧ୍ୟରୁ ରାଜଧାନୀ ଭୁବେନଶ୍ୱରରୁ ୧୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୯ରେ  ବେଳେ ୧୬୯୧ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨୬୮ଟି ସକ୍ରିୟ କେସ୍ ରହିଛି । 

   Related Posts