ଭଦ୍ରକରେ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଉଦ୍‌ଘାଟିତ, ଭର୍ଚୁଆଲ ମୋଡ଼ରେ ଉଦ୍‌ଘାଟନ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି

Published By : Prameya-News7 Bureau | July 01, 2021 IST

ଭଦ୍ରକ, ୦୧/୦୭: ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକରେ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ ପୋସ୍କୋ କୋର୍ଟର ଉଦ୍‌ଘାଟନ ଭର୍ଚୁଆଲ ମୋଡ଼ରେ ଆୟୋଜିତ ହୋଇ।ଯାଇଛି ।  ଓଡିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ. ମୁରଲିଧରଙ୍କ କରକମଳରେ ଏହି କୋର୍ଟ ଉଦ୍‌ଘାଟିତ ହୋଇଯାଇଛି ।

ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶ ବ୍ୟାପି ନାବାଳିକା ମାନଙ୍କ ପ୍ରତି ହେଉ ଥିବା ଯୌନ ନିର୍ଯ୍ୟାତନା ମାମାଲା ଗୁଡିକର ବିଚାର ପାଇଁ ସରକାର ସ୍ବତନ୍ତ୍ର ପୋସ୍କୋ ଆଇନକୁ ଅଧିକ କଡାକଡି କରାଛନ୍ତି । ଏଥିସହ ମାମଲା ଗୁଡ଼ିକ ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ ୬ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଇନ ପ୍ରଣିତ ହୋଇଛି । ସେଥିପାଇଁ  ଆନୁଷଙ୍ଗିକ କୋର୍ଟ ତଥା ବିଚାରପତି ନିଯୁକ୍ତି ପାଇଁ ସରକାର ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବା ପରେ ଭଦ୍ରକ ସମେତ ରାଜ୍ୟର ୧୫ ଗୋଟି ଜିଲ୍ଲାରେ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ଶୁଭ ଉଦ୍‌ଘାଟନ ହୋଇଛି।

ଏହି କୋର୍ଟରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ମାନଙ୍କୁ ବିଚାରପତି ଭାବେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି । ଭଦ୍ରକରେ ଶ୍ରୀମତି ମିନତି କୁମାରି ପଣ୍ଡାଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ଏହି କୋର୍ଟ ଉଦ୍‌ଘାଟନ ପରେ ଜେଲରେ ବିଚାରାଧିନ ବନ୍ଦି  ଭାବରେ ଅଟକ ଥିବା ଶତାଧିକ ବନ୍ଦି ଉପକୃତ ହେବେ । ଆଜିର ଏହି ଉଦଘାଟନି ସମାରୋହରେ ଭଦ୍ରକ ଜିଲ୍ଲା ଜଜ ଶିଶିର କୁମାର ରଥ, ପରିବାର ଅଦାଲତ ଜଜ୍ ବିକ୍ରମ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ସାହା, ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ, ବରିଷ୍ଟ ଦେୱାନି ଜଜ ହିମାଂସୁ ଶେଖର  ବିଶ୍ବାଳ, କନିଷ୍ଠ ଦେୱାନି ଜଜ ଅବିନାଶ ଚିନ୍ନାରା, ସହକାରି ବରିଷ୍ଠ ଦେୱାନି ଜଜ୍ ଶର୍ମିଷ୍ଠା ଦାସ, ଏସ.ଡି.ଜେମ୍ ଅଳକାନନ୍ଦା ମହାନ୍ତି, ନିଳିମା ଶଡଙ୍ଗି, ସ୍ବର୍ଣ୍ଣପ୍ରଭା ସ୍ବାଇଁ, ପ୍ରଜ୍ଞାପାରମିତା ମହାନ୍ତି, ମିସ୍ ରିତିକା ଜେନା, ଭଦ୍ରକ ଓକିଲ ସଂଘର ସଭାପତିଙ୍କ ସହ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.