Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଲାଲଗଡରେ ନୂଆ ଥାନା, ସ୍ୱାଭିମାନ ଅଞ୍ଚଳ ଜୋଡାଆମ୍ବରେ ପୋଲିସ ଷ୍ଟେସନକୁ ଉଦଘାଟନ କଲେ ଡିଜିପି

20/06/2020 at 2:58 PM

ମାଲକାନଗିରି, ୨୦|୦୬ : ଦିନ ଥିଲା ଏହି ଅଞ୍ଚଳ ଲାଲବାହିନୀର ଚରାଭୂଇଁ ଥିଲା । ବିକାଶର ଆଲୁଅ ଏହି ଅଞ୍ଚଳବାସୀଙ୍କ ପାଇଁ ସାତ ସପ୍ନ ଥିଲା । ସେହି ଅଞ୍ଚଳରେ ଉଦଘାଟିତ ହୋଇଛି ନୂତନ ଥାନା । ଶନିବାର  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଜୋଡାମ୍ବ ପଞ୍ଚାୟତ ନୂତନ ଥାନା ଉଦଘାଟନ କରାଯାଇଛି ।

ପୋଲିସ ଡିଜି ଅଭୟ ଶନିବାର ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ । ଏହି ଗସ୍ତରେ ସେ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ଯାଇ ଜୋଡାଆମ୍ବ ଠାରେ ଏକ ନୁତନ ଥାନା ଉଦଘାଟନ କରିଥିଲେ । ଥାନା ଉଦଘାଟନ ବେଳେ ଡିଜି ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରିଥିଲେ ।  ପରେ ସ୍ବାଭିମାନ ଅଞ୍ଚଳର ତିନୋଟି ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା ପରେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ  ଏକ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଓଡିଶା ପୋଲିସ ଓ ବିଏସଏଫ ଅଧିକାରୀମାନେ ଯୋଗ ଦେଇଥିଲେ । ମୁଖ୍ୟତଃ ଜିଲ୍ଲାରେ ନକ୍ସଲ ମୁକାବିଲା ନେଇ ବୈଠକରେ ଆଲୋଚନା ସହ ବିଭିନ୍ନ ଋଣନୀତି ପ୍ରସ୍ତୁତ କରାଯାଇଥିଲା।

   Related Posts