ନୂଆ ପାର୍ଲିଆମେଣ୍ଟ ପରେ ନୂଆ ପ୍ରଧାନମନ୍ତ୍ରୀ ବାସଭବନ ଯୋଜନା : ୧୫ ଏକର ଜାଗାରେ ୧୦ଟି ୪ମହଲା ଘର, ଖର୍ଚ୍ଚ ହେବ ୧୩୪୫୦ କୋଟି
19/12/2020 at 8:55 AM

ନୁଆଦିଲ୍ଲୀ, ୧୯|୧୨ : ସେଣ୍ଟ୍ରାଲ ଭିଷ୍ଟାର ପୁନଃବିକାଶ ପାଇଁ ସରକାର ନୂଆ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆବାସିକ ପରିସରରେ ୧୦ଟି ୪ ମହଲା ବିଶିଷ୍ଟ ବିଲ୍ଡିଂ ରହିବ । ଏହି ସମସ୍ତ ବିଲ୍ଡିଂର ସର୍ବୋଚ୍ଚ ଉଚ୍ଚତା ୧୨ ମିଟର ରହିବ । ସୂତ୍ରାନୁସାରେ, କେନ୍ଦ୍ରୀୟ ଭିଷ୍ଟା ପୁନଃବିକାଶ ଯୋଜନାରେ ପ୍ରସ୍ତାବିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ମାଣ ଉପରେ ରୋକ୍ ଲାଗିବ ନାହିଁ । କିମ୍ବା କୌଣସି ପରିସ୍ଥିତିରେ ଏହି ପ୍ରକଳ୍ପ ବନ୍ଦ ହେବ ନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ, ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଏକ କମିଟି ସାମ୍ନାରେ ସିପିଡବ୍ଲ୍ୟୁଡି ନିଜର ନୂଆ ପ୍ରସ୍ତାବରେ ଏନେଇ ଉଲ୍ଲେଖ କରିନଥିଲା । ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ପିଟିଆଇ ଅନୁସାରେ, ଏହି ପ୍ରକଳ୍ପର ସଞ୍ଚାଳନ କରୁଥିବା କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ବ୍ୟୟ ଅଟକଳରେ ମଧ୍ୟ ସଂଶୋଧନ କରିଛି ।
ପୂର୍ତ୍ତ ବିଭାଗ ପ୍ରଥମେ ୧୧୭୯୪ କୋଟିର ବ୍ୟୟ ଅଟକଳ କରିଥିଲା । ଯାହାକୁ ବୃଦ୍ଧି କରାଯାଇ ୧୩୪୫୦ କୋଟି ଟଙ୍କା କରାଯାଇଛି । ପିଟିଆଇ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୩୦୩୫୧ ବର୍ଗ ମିଟରରେ ପରିବ୍ୟାପ୍ତ ହେବ । ଏହା ୧୫ ଏଖର ଜମିରେ ନିର୍ମିତ ହେବ । ଏଥିରେ ୧୦ଟି ବିଲ୍ଡିଂ ରହିବ । ଯାହା ୪ ମହଲା ବିଶିଷ୍ଟ ହେବ ।
ପ୍ରଥମେ ପୂର୍ତ୍ତ ବିଭାଗର ପ୍ରସ୍ତାବରେ ନୂଆ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାବଦରେ ଉଲ୍ଲେଖ ହୋଇନଥିଲା । ତେବେ ଏପରି କାହିଁକି କରାଯାଇଥିଲା ସେନେଇ କିଛି କାରଣ ଜଣାପଡି ନାହିଁ ।