ଭୋଡାଫୋନ ଆଣିଲା ନୂଆ ପ୍ଲାନ, ପ୍ରତିଦିନ ମିଳିବ 3GB ଡାଟା ଫ୍ରି

Published By : Prameya-News7 Bureau | November 12, 2019 IST

ନୂଆଦିଲ୍ଲୀ ୧୨|୧୧:କିଛି ଦିନ ତଳେ ଭୋଡାଫୋନ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ଲାନ ଉପଲବ୍ଧ କରାଇଛି। କମ୍ପାନୀ ୧୯୯ ଟଙ୍କାର ନୂଆ ପ୍ଲାନ ଆଣିଛି ଯାହା କିଛି ଦିନ ପାଇଁ ୩ ଜିବି ଡାଟା ଦେବ।  ସାଧାରଣତଃ ଏହି ପ୍ଲାନରେ ୧.୫ ଜିବି ଡାଟା ମିଳେ। ଏହା ବ୍ୟତୀତ ଭୋଡାଫୋନ ୫୬୯ ଟଙ୍କାର ପ୍ଲାନ ଆଣିଛି। ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ମିଳିବ। ଏହା ସହ ଅନ୍‌ଲିମିଟେଡ୍‌ ଭଏସ କଲିଂ ଓ ୧୦୦ଟି ଏସଏମ୍‌ଏସ ଫ୍ରି ମିଳିବ।

ଏହି ପ୍ଲାନର ଅବଧି ୮୪ ଦିନ ଯାଏଁ ରହିବ। ଭୋଡାଫୋନର ୫୦୯, ୪୭୯, ୪୫୮, ୩୯୯,୩୪୯,୨୫୫ ଓ ୧୯୯ ଟଙ୍କାର ପ୍ଲାନ ଭଳି ଏହା ଅନଲିମିଟେଡ୍‌ କମ୍ବୋ ପ୍ଲାନ। ଏଥିରେ ପ୍ରତିଦିନ ୩ ଜିବି ଡାଟା ମିଳେ।

ଭୋଡାଫୋନର ଏହି ପ୍ଲାନର ବିଷେଶତ୍ବ ଏହା ଯେ, ଏଥିରେ କଲିଂ ନେଇ କୌଣସି ଲିମିଟ୍‌ ରଖାଯାଇ ନାହିଁ। ଏହା ପୂର୍ବରୁ କମ୍ପାନୀ ତରଫରୁ କଲିଂ ପାଇଁ ପ୍ରତି ସପ୍ତାହ ୧୦୦୦ ମିନିଟ୍‌ର ଲିମିଟ୍‌ ଥିଲା। ଏବେ ଏହି ପ୍ଲାନରେ କମ୍ପାନୀ କଲିଂ ଫ୍ରି କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.