BSNLର ନୂଆ ପ୍ଲାନ୍, ମାଗଣାରେ ମିଳିବ ଦୈନିକ ୫ ଜିବି ଡାଟା
12/04/2020 at 1:06 PM

ନୂଆଦିଲ୍ଲୀ, ୧୨|୦୪: କରୋନା ସଂକ୍ରମଣ ରୋକିବା ପାଇଁ ଅଧିକାଂଶ ବ୍ୟକ୍ତି ଏବେ ଓ୍ୱାର୍କ ଫ୍ରମ୍ ହୋମ କରୁଛନ୍ତି । ଏହାକୁ ଦେଖି ଭାରତୀୟ ଦୂର ସଂଚାର ନିଗମ ବା ବିଏସଏନଏଲ ଏକ ଖାସ୍ ପ୍ଲାନ୍ ଲଞ୍ଚ କରିଛି । ଓ୍ୱାର୍କ ଫ୍ରମ୍ ହୋମରେ ଦେଖାଯାଉଥିବା ସମସ୍ୟାକୁ ଦୂର କରିବା ପାଇଁ କମ୍ପାନୀ ଏହି ପ୍ଲାନ ଲଞ୍ଚ କରିଛି ।

କମ୍ପାନୀ ଇଣ୍ଟରନେଟ୍ ପ୍ଲାନ୍ ଅଫର୍ ଲଞ୍ଚ୍ କରିଛି । ଏହି ପ୍ଲାନରେ ଗ୍ରାହକ ମାସକୁ ଏକ ଟଙ୍କା ମଧ୍ୟ ଖର୍ଚ୍ଚ କରିବେ ନାହିଁ । ଏହି ଫାଇଦା କେବଳ ବିଏସଏନଏଲର ଲ୍ୟାଣ୍ଡଲାଇନ୍ କନେକ୍ସନ ଥିବା ୟୁଜରଙ୍କୁ ପ୍ରଦାନ କରାଯିବ । ଏହି ପ୍ଲାନରେ ୟୁଜରଙ୍କୁ ଦୈନିକ ୫ଜିବି ଡାଟା ମିଳିବ । ଏହାର ସ୍ପିଡ୍ ମଧ୍ୟ ୧୦ ଏମବିପିଏସ ରହିବ । ତେବେ ଡାଟା ସରିଗଲେ ଇଣ୍ଟରନେଟ୍ ସ୍ପିଡ୍ ୧ ଏମବିପିଏସକୁ ଖସି ଆସିବ ।
ୟୁଜରଙ୍କୁ ଦୈନିକ ୫ ଜିବି ଡାଟା ସରିବା ପରେ ମଧ୍ୟ ଡାଟା ମିଳିବ । କିନ୍ତୁ ଏହାର ସ୍ପିଡ୍ କମ ହୋଇଯିବ । ଏଥିରେ କୌଣସି ଏଫୟୁପି ଲିମିଟ୍ ନାହିଁ । ଆଣ୍ଡାମାନ ଓ ନିକୋବର ସମେତ ସମସ୍ତ ସର୍କଲରେ ଏହାକୁ ମାଗଣାରେ ଉପଲବ୍ଧ କରାଯିବ । ଏହା କେବଳ ଲ୍ୟାଣ୍ଡଡଲାଇନ୍ କନେକ୍ସନ ଥିବା ଗ୍ରାହକଙ୍କୁ ମିଳିବ, ବ୍ରଡବ୍ରାଣ୍ଡ୍ ଗ୍ରାହକଙ୍କୁ ନୁହେଁ ।