Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଏୟାରଟେଲ୍ ଗ୍ରାହକଙ୍କ ପାଇଁ ବଡ ଉପହାର: ଫ୍ରିରେ ମିଳିବ ଏହି ଖାସ୍ ସୁବିଧା

3/11/2020 at 6:15 PM

ନୂଆଦିଲ୍ଲୀ ୦୩/୧୧ : ଟେଲିକମ କମ୍ପାନୀ ପରସ୍ପରକୁ ଟକ୍କର ଦେବାକୁ ପ୍ଲାନ୍ ସହ ନୂଆ ନୂଆ ସେବା ଦେବାକୁ ଘୋଷଣା କରୁଛନ୍ତି। ବର୍ତ୍ତମାନ ଏୟାରଟେଲ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ନୂଆ ସେବା ଘୋଷଣା କରିଛି। ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ Disney+ Hotstar VIP ସବସ୍କ୍ରିପସନ ଦେବା ଆରମ୍ଭ କରିଛି। ବିଶେଷ କଥା ହେଲା ଏହି ସେବା ମୋବାଇଲ ୟୁଜର୍ସ ସହ ଏୟାରଟେଲ ବ୍ରଡବ୍ରାଣ୍ଡ ପ୍ଲାନ ସହ Disney+ Hotstar VIP ସବସ୍କ୍ରିପସନ୍ ମଧ୍ୟ ଦେଉଛି।

ଏୟାରଟେଲ ୱେବସାଇଟ ଅନୁସାରେ, ୪୯୯ ଟଙ୍କାରୁ ଅଧିକ ପୋଷ୍ଟପେଡ଼ ଲିମ୍ବ ୯୯୯ ଟଙ୍କାରୁ ଅଧିକ ବ୍ରଡବ୍ରାଣ୍ଡ ପ୍ଲାନ୍ ୟୁଜର୍ସଙ୍କୁ ନୂଆ ସେବାର ଫାଇଦା ମିଳିବ। ଏୟାରଟେଲର ୪୯୯ ଟଙ୍କା ପୋଷ୍ଟପେଡ଼ ପ୍ଲାନରେ ୭୫ ଜିବି ଡାଟା ମିଳିଥାଏ। ପ୍ଲାନରେ ସବୁ ନେଟୱାର୍କରେ ଅନଲିମିଟେଡ୍ କଲିଂ ଓ ଦୈନିକ ୧୦୦ଟି ଏସଏମଏସ୍ ମିଳିଥାଏ। ଏଥିରେ ଆମାଜନ ପ୍ରାଇମ ଓ ଏୟାରଟେଲ ଏକ୍ସଷ୍ଟ୍ରିମ ମେମ୍ବରସିପ ମଧ୍ୟ ମିଳୁଛି।

ଏହାଛଡା ବ୍ରଡବ୍ରାଣ୍ଡ ପ୍ଲାନ୍ ସହ ମିଳୁଥିବା Disney+ Hotstar ପ୍ଲାନ୍ ସମ୍ପର୍କରେ ଯଦି କୁହାଯାଏ ତାହେଲେ ୯୯୯ ଟଙ୍କା ପ୍ଲାନରେ Airtel XStream ଏଣ୍ଟରଟେନମେଣ୍ଟ ବ୍ରଡବ୍ରାଣ୍ଡ ପ୍ଲାନ୍ ସହ ଏହି ଅଫର୍ ମିଳୁଛି। ୧୪୯୯ ଟଙ୍କା ପ୍ଲାନରେ Disney+ Hotstar ର ଫ୍ରି ସବସ୍କ୍ରିପସନ ମିଳିବ। ଏହାସହ ୩୯୯୯ ଟଙ୍କା ପ୍ଲାନରେ ମଧ୍ୟ ଏହି ସବସ୍କ୍ରିପସନ ମିଳିବ।

କମ୍ପାନୀ କହିଛି ଯେ ବର୍ତ୍ତମାନ ଏହି ଅଫର କିଛି ଗ୍ରାହକଙ୍କୁ ଦିଆଯିବ। ଯଦି ଆପଣ ବି ଏୟାରଟେଲର ପ୍ରିପେଡ୍ କିମ୍ବା ବ୍ରଡବ୍ରାଣ୍ଡ ଗ୍ରାହକ ଏବଂ ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କୁ Disney+ Hotstar VIP ଫ୍ରି ମେମ୍ବରସିପ୍ ମିଳିଛି ନା ନାହିଁ ତାହେଲେ ଆପଣଙ୍କୁ ଏୟାରଟେଲ ଥେଙ୍କ୍ସ ଆପ୍ କୁ ଯାଇ ଚେକ୍ କରିବାକୁ ହେବ। କମ୍ପାନୀ କହିଛି ଯେ ଗ୍ରାହକ ପ୍ରତ୍ୟେକ ପୋଷ୍ଟପେଡ୍ ଓ ବ୍ରଡବ୍ରାଣ୍ଡ ପ୍ଲାନ୍ ପାଇଁ ଥରେ ହିଁ ଏହି ଅଫରର ଫାଇଦା ଉଠେଇ ପାରିବେ।

   Related Posts