କଟକ ଏସ୍ସିବି ମେଡିକାଲରେ ଉଦ୍ଘାଟିତ ହେଲା ନୂଆ ପିଜି ହଷ୍ଟେଲ, ଟିବି ରୋଗ ପାଇଁ ଡେଲାମାନିଡ୍ ଔଷଧ ଲୋକାର୍ପିତ

Published By : Prameya-News7 Bureau | December 07, 2018 IST

କଟକ୭|୧୨: କଟକ ଏସ୍‌ସିବି ମେଡିକାଲ୍‌ରେ ଦୁଇଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ମେଡିକାଲ କଲେଜର ନୂଆ ପିଜିହଷ୍ଟେଲ ଏହି ଅବସରରେ ଉଦ୍‌ଘାଟିତ ହୋଇଛି । ୮୯ ଶହ ସ୍କୋୟାର୍‌ଫିଟ୍ ଏରିଆରେ ଛିଡା ହୋଇଥିବା ଏହିନୂଆ ହଷ୍ଟେଲ୍ ନିର୍ମାଣ ପାଇଁ ମୋଟ ୨ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ପୂର୍ତ୍ତ ବିଭାଗ ପକ୍ଷରୁକୁହାଯାଇଛି। ସେହିପରି ଛାତି ଓ ଯକ୍ଷ୍ମା ରୋଗ ବିଭାଗର ରୋଗୀଙ୍କ ବିଶ୍ରାମ ଗୃହକୁ ଏହି ଅବସରରେ ମଧ୍ୟଉଦ୍‌ଘାଟିତ କରାଯାଇଛି । ଏଥିପାଇଁ ପ୍ରାୟ ୨୫ ଲକ୍ଷ ବ୍ୟୟ ହୋଇଛି ବୋଲି ପୂର୍ତ୍ତ ବିଭାଗ କହିଛି ।ଏହାଛଡାଟିବି ରୋଗ ପାଇଁ ଡେଲାମାନିଡ୍‌ ନାମକ ଏକ ନୂଆ ଔଷଧ ଲୋକାର୍ପିତ ହୋଇଛି । ଏହି ମେଡିସିନ୍‌ ୬ ମାସପାଇଁ ୧୦ ଲକ୍ଷ ଟଙ୍କା ବାହାରେ ପଡୁଥିବା ବେଳେ ସାଧାରଣ ରୋଗୀ ପାଇଁ ଏହା ସୁଲଭ ମୂଲ୍ୟରେ ମିଳିବ ବୋଲିକୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.